Slug-ସାପୁଆନାଳକୁ ଶୌଚ ହେବାକୁ ଯାଇ ମହିଳା ନିଖୋଜ
Birking News
ତାରିଖ 31/07/2026
ସ୍ଥାନ ଢେଙ୍କାନାଳ
Anchor – ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ସାପୁଆନାଳକୁ ଶୌଚ ହେବାକୁ ଯାଇ ଜଣେ ମହିଳା ନିଖୋଜ ଅଛନ୍ତି। ଏ ସଂପର୍କରେ ଦମକଳବାହିନୀକୁ ଖବର ଦେବାରେ ଦମକଳବାହିନୀ ଖୋଜାଖୋଜି ଆରମ୍ଭ କରିଛି। ସୂଚନା ଅନୁଯାୟୀ ଓଡ଼ାପଡ଼ା ବ୍ଳକ୍ ଅନ୍ତର୍ଗତ କୋତ୍ତମର ସାପୁଆନାଳକୁ ଗତ କାଲି ସନ୍ଧ୍ୟା 5ଟା ସମୟରେ କୋତ୍ତମ ଗ୍ରାମର ଅଧିକାରୀ ଛତାରଙ୍କ ସ୍ତ୍ରୀ ନିଶା ଛତାର ଶୌଚ ହେବାକୁ ଯାଇ ଘରକୁ ଫେରିନଥିଲେ। ବିଳମ୍ବ ହେବାରୁ ଘର ଲୋକମାନେ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ। ଏ ସଂପର୍କରେ ଖବର ପାଇ ରାସୋଳ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ବହୁଖୋଜାଖୋଜି କରିଥିଲେ, ରାତି ହୋଇ ଯିବା ଫଳରେ ନପାଇ ଫେରି ଆସିଥିଲେ, ହାତୀ ପ୍ରବଣ ଏରିଆ ପାଇଁ ଆଜି ସକାଳ ସମୟ ରୁ ପୁଣି ଖୋଯା ଖୋଜି କରିବା ପାଇଁ ଗ୍ରାମ ବାସିମାନଙ୍କୁ କହିଥିଲେ,
ଢେଙ୍କାନାଳ ଜିଲ୍ଲା ରୁ ଗୋକୁଳାନନ୍ଦ ବେହେରା ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
