ନିଖିଳ ଓଡ଼ିଶା ସମ୍ପ୍ରସାରଣ ଅଧିକାରୀ ମହାସଂଘ (AOEOA) ର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ
(ରମେଶ ଅଗ୍ରୱାଲ.:ନିପ୍ର)
ଭୁବନେଶ୍ୱର: ରାଜ୍ୟ ସଙ୍ଗଠନର ମାର୍ଗଦର୍ଶିକା ଅନୁଯାୟୀ ନିଖିଳ ଓଡ଼ିଶା ସମ୍ପ୍ରସାରଣ ଅଧିକାରୀ ମହାସଂଘ(AOEOA) ର କଳାହାଣ୍ଡି ଜିଲ୍ଲା ସ୍ତରୀୟ ସାଧାରଣ ପରିଷଦ ବୈଠକ ସଫଳତାର ସହ ଶେଷ ହୋଇଯାଇଛି। ବୈଠକରେ ସଙ୍ଗଠନର ୫ ଦଫା ମୁଖ୍ୟ ଦାବି ଯଥା— ପ୍ରାରମ୍ଭିକ ପେ-ଲେଭଲ୍ ୧୦ କୁ ବୃଦ୍ଧି, ସରକାରୀ ଗାଡ଼ି ସୁବିଧା, ବିଡିଓ ପଦବୀରେ ୫୦% ସଂରକ୍ଷଣ, ସ୍ୱାସ୍ଥ୍ୟ ବୀମା ଏବଂ ସହଯୋଗୀ କର୍ମଚାରୀ ନିଯୁକ୍ତି ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଆଗାମୀ ଅଗଷ୍ଟ ୫ ଓ ୬ ତାରିଖରେ ଯଥାକ୍ରମେ ବ୍ଲକ ଓ ଜିଲ୍ଲା ସ୍ତରରେ ଦାବିପତ୍ର ପ୍ରଦାନ କରାଯିବା ସହ ଦାବି ପୂରଣ ନହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି ।
ଏହି ବୈଠକରେ ସର୍ବସମ୍ମତି କ୍ରମେ ଆଗାମୀ କାର୍ଯ୍ୟକାଳ ପାଇଁ ୫ ଜଣିଆ ନୂତନ ଜିଲ୍ଲା କର୍ମକର୍ତ୍ତା ଚୟନ କରାଯାଇଛି:
ଜିଲ୍ଲା ସଭାପତି: ଶ୍ରୀ ଗଣପତି ତାଣ୍ଡି
ଜିଲ୍ଲା ଉପସଭାପତି: ଶ୍ରୀ ହିମାଂଶୁ ରଞ୍ଜନ ବଳ
ଜିଲ୍ଲା ସାଧାରଣ ସମ୍ପାଦକ: ଶ୍ରୀ ଅରବିନ୍ଦ ମହାପାତ୍ର
ଜିଲ୍ଲା ଯୁଗ୍ମ ସମ୍ପାଦକ: ଶ୍ରୀ ଲକ୍ଷ୍ମୀକାନ୍ତ ପ୍ରଧାନ
ଜିଲ୍ଲା କୋଷାଧ୍ୟକ୍ଷ: ଶ୍ରୀ ଶୁଭଜିତ ରଞ୍ଜନ ସ୍ୱାଇଁ
ଏହି ବୈଠକରେ ଜିଲ୍ଲାର ବହୁ ସଂଖ୍ୟକ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ , ଗ୍ରାମ ପଞ୍ଚาୟତ ଉନ୍ନୟନ ଅଧିକାରୀ , ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଏବଂ ଯୋଗାଣ ନିରୀକ୍ଷକ (SI) କ୍ୟାଡରର ସମ୍ପ୍ରସାରଣ ଅଧିକାରୀମାନେ ଉପସ୍ଥିତ ରହି ନିଜର ହକ ପାଇଁ ଏକଜୁଟ ହୋଇ ଲଢ଼େଇ କରିବାକୁ ସଂକଳ୍ପ ନେଇଛନ୍ତି।
