ପି.ଏମ.ଶ୍ରୀ. ଶୋଭାରାଣୀ ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟି ଗଠନ
__________________
ସାରସକଣା(୨୯/୭/୨୬):(ନି.ପ୍ର):
ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓ ସେପା) କାର୍ଯ୍ୟାଳୟର ପତ୍ର ସଂଖ୍ୟା ୭୦୬୩୨୬ ଅନୁଯାୟୀ ବିଦ୍ୟାଳୟ ପରିଚାଳନା କମିଟି ଗଠନର ମାର୍ଗଦର୍ଶିକାକୁ ନେଇ ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଶିକ୍ଷା ବିଭାଗ ଅଧିନସ୍ଥ ଜାଲଦା କ୍ଲୋଷ୍ଟରର ପି.ଏମ.ଶ୍ରୀ. ଶୋଭା ରାଣୀ ଉଚ୍ଚ ବିଦ୍ୟାଳୟ ଜାଲଦାର ସ୍କୁଲ ପରିଚାଳନା କମିଟି ଗଠନ କରାଯାଇଛି । ସରକାରଙ୍କ ଶିକ୍ଷାବିଭାଗର ନିୟମାନୁଯାୟୀ ୨୦ ଜଣ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କୁ ନେଇ ବିଦ୍ୟାଳୟ ପରିଚାଳନା କମିଟି ଗଠନ କରାଯାଇଛି । ଜାଲଦା କ୍ଲଷ୍ଟର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ(ସି.ଆର.ସି.ସି) ସନ୍ତୋଷ କୁମାର ଗୋଚ୍ଛାୟତ ଙ୍କ ପରିଚାଳନା ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କ୍ରିଷ୍ଣା ସେନାପତିଙ୍କ ଉପସ୍ଥିତିରେ ବିଦ୍ୟାଳୟ ପରିଚାଳନା କମିଟି ଗଠନ କରାଯାଇଛି । କମିଟି ଗଠନ କାର୍ଯ୍ୟକ୍ରମରେ କ୍ଲଷ୍ଟରର ମଧ୍ୟରେ ଥିବା ସମସ୍ତ ଆଶାକର୍ମୀ, ସମସ୍ତ ୱାଡ଼ର ସଭ୍ୟା ସଭ୍ୟଙ୍କ ସହିତ ସମସ୍ତ ଅଙ୍ଗନବାଡ଼ି କର୍ମୀ ଓ ପି.ଟି.ଏ. ସଭ୍ୟା ସଭ୍ୟଙ୍କ ସହିତ ଅଭିଭାବକ ଗଣ ଉପସ୍ଥିତ ଥିଲେ । ସର୍ବ ସମ୍ମତିକ୍ରମେ ବିଦ୍ୟାଳୟର ପରିଚାଳନା କମିଟିରେ ଚେୟାରମ୍ୟାନ ପଦରେ ସୂର୍ଯ୍ୟକାନ୍ତ ବେରା, ଭାଇସ୍-ଚେୟାରମ୍ୟାନ ଭାବେ ସଂଙ୍ଗୀତା ରଣା , ଏସ.ଟି. ମହିଳା ସଭ୍ୟା ଭାବେ ସୋନାଲି ସିଂ, ଶିବାନୀ ସିଂ, ସିପ୍ରା ନାଏକ, ଏସ. ସି. ମହିଳା ସଭ୍ୟା ଭାବେ ମାମିନୀ ବେହେରା, ସାମ୍ପି ବେହେରା, ଏସ.ଟି ପୁରୁଷରେ ସୁଶୀଳ କୁମାର ନାୟକ, ସୁଶୀଳ ମୁଣ୍ଢା, ପୁକୁଳୁ ସିଂ। ସାଧାରଣ ବର୍ଗର ମହିଳା ସଭ୍ୟା ଶିଲୁ ରାଣୀ ରଣା, ପୁଷ୍ପା ସାହୁ, ଭାରତୀ ପରିଡ଼ା, ଲକ୍ଷ୍ମୀପ୍ରିୟା ଦଣ୍ଡପାଟ ଅନ୍ୟାନ୍ୟ ପଛୁଆବର୍ଗର ପୁରୁଷ ସଭ୍ୟ ଭାବେ ୱାଡ଼ ସଭ୍ୟ ସତିଶ ଚନ୍ଦ୍ର ପାଳ , ଆଶା କର୍ମୀ ଲକ୍ଷ୍ମୀପ୍ରିୟା ଦଣ୍ଡପାଟ, ଅଙ୍ଗନବାଡ଼ି ୱାର୍କାର ସିପ୍ରା ନାଏକ,ସାଧାରଣ ବର୍ଗର ମନୋନିତ ଶିକ୍ଷକ ପ୍ରିୟବତ୍ର ପଣ୍ଡା, ପ୍ରଧାନ ଶିକ୍ଷୟିତ୍ରୀ କିଷ୍ଣା ସେନାପତି ଏବଂ ସି.ଡବ୍ଲୁ.ଏସ.ଏନ. ଆଦିବାସୀ ପୁରୁଷ ସଭ୍ୟ ଭସଲ ମୁର୍ମୁ ପ୍ରମୁଖ ନିର୍ବାଚିତ ହୋଇଥିବା ଜଣା ପଡିଛି । ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସେନାପତି ସମସ୍ତ ନିର୍ବାଚ଼ିତ ପ୍ରତିନିଧିଙ୍କୁ ଧନ୍ୟବାଦ ଜଣାଇବା ସହିତ ବିଦ୍ୟାଳୟ ପରିଚାଳନାରେ ସହଯୋଗ କରିବା ସହିତ ସ୍କୁଲର ବିଦ୍ୟାର୍ଥିଙ୍କ ସଂଖ୍ୟା କିପରି ବୃଦ୍ଧି ଘଟିବ ଓ ଶିକ୍ଷାଦାନରେ ଶିକ୍ଷୟତ୍ରୀ, ଶିକ୍ଷକଙ୍କୁ ସୁମାର୍ଗଦର୍ଶନ ଦେବା ନିମନ୍ତେ ଅନୁରୋଧ କରିଥିଲେ ।ଅନୀଲ କୁମାର ସାହୁ ସାରସକଣା ବ୍ଲକ ପ୍ରତିନିଧି ଭଞ୍ଜଦୂତ ଖବର।
