ବନ୍ୟାବିପନ୍ନଙ୍କୁ ଖାଦ୍ୟ ବଣ୍ଟନ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ଭାରତୀୟ ଜନତା ଯୁବ ମୋର୍ଚ୍ଚାର ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ରଙ୍କ ନେୃତ୍ୱରେ ସୋର ବିଜେପି ଯୁବମୋର୍ଚ୍ଚା ତରଫରୁ ସୋର ବ୍ଲକ ତଳନଗର ଓ ସବିରା ପଞ୍ଚାୟତର ବନ୍ୟା ବିପନ୍ନଙ୍କୁ ଶୁଖିଲା ଓ ରଦ୍ଧା ଖାଦ୍ୟ ବଣ୍ଟନ କରାଯାଇଛି। ବନ୍ୟାକାରଣରୁ ଲୋକେ ଖାଦ୍ୟାପାଇଁ ବିଭିନ୍ନ ଅସୁବିଧାକୁ ସମ୍ମୁଖିନ ହେଉଥିବା ବେଳେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ପାଖାପାଖି ୭ଶହରୁ ଅଧିକ ଲୋକଙ୍କୁ ଏହି ଖାଦ୍ୟ ବଣ୍ଟନ କରାଯାଇଥିଲା। ଏଥି ସହିତ ଲୋକମାନଙ୍କ ନିକଟରେ ପହଞ୍ଚି ବନ୍ୟା ସ୍ଥିତି ପରଖିବା ସହିତ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିଥିବା ଶ୍ରୀ ମିଶ୍ର କହିଛନ୍ତି। ଏହି ସମୟରେ ଯୁବ ମୋର୍ଚ୍ଚା ମଣ୍ଡଳ ସଭାପତି ସୁଶାନ୍ତ ଦାସ, ବିଶ୍ୱଜିତ୍ ବେହେରା, ଧର୍ମେନ୍ଦ୍ର ଜେନା, ସଂଗ୍ରାମ ମହାନ୍ତି, ଦୀପକ ବେହେରା, ସର୍ବେଶ୍ୱର ପଣ୍ଡା, ସନ୍ତୋଷ ବିଶ୍ୱାଳ, ଶ୍ରୀକାନ୍ତ ବେହେରା, ଧୀରେନ୍ଦ୍ର ବେହେରା , ଗୌରାଙ୍ଗ ବେହେରା, ଅନ୍ତନ ଦାସ, ଉତ୍ତମ ଦାସ, ପ୍ରଫୁଲ୍ଲ ଦାସ, ଭାରତ ମାଝୀ, ସୁରେନ୍ଦ୍ର ଜେନା ଓ ଅରୁଣ କୁମାର ବିନ୍ଧାଣୀଙ୍କ ସମତେ ଗ୍ରାମର କିଛି ସକ୍ରିୟ ଯୁବକ ସାମିଲ ଥିଲେ।
