ପାଞ୍ଚଗୁଛିଆ ଆଡି ବନ୍ଧ ର କାର୍ଯ୍ୟ କୁ ଅଧାପନ୍ତାରିଆ କରି ଠିକାଦାର ଛୁ
ବିପଦ ସଙ୍କୁଳ ବନ୍ଧ ଭାଙ୍ଗିବା ଭୟ ରେ ନଦୀ କୂଳିଆ ଗ୍ରାମବାସୀ
ମୋରଡା – ଲଘୁଚାପ ଜନିତ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲା ରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ଲଘୁଚାପ ଜନିତ ବର୍ଷା ଯୋଗୁଁ ବିଭିନ୍ନ ନଦୀ ର ଜଳସ୍ତର ବୃଦ୍ଧି ପାଉଛି । ଫଳରେ ନଦୀ କୂଳବର୍ତ୍ତି ଗ୍ରାମବାସୀ ମାନଙ୍କୁ ସୁରକ୍ଷିତ ରଖିବା ପାଇ ସରକାର ପକ୍ଷରୁ ନଦୀ କୂଳବର୍ତ୍ତି ଗ୍ରାମ ରେ କଂକ୍ରିଟ ଆଡି ବନ୍ଧ ନିର୍ମାଣ ପାଇ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ସେହିପରି କିଛି ନଦୀ କୂଳବର୍ତ୍ତି ଗ୍ରାମ ରେ ପୂର୍ବରୁ ମାଟି ଆଡି ବନ୍ଧ ନିର୍ମାଣ ରେ ମଧ୍ୟ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି । ତେବେ ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅନ୍ତର୍ଗତ ପାଞ୍ଚଗଛିଆ ଗ୍ରାମ କୁ ସୁରକ୍ଷିତ ରଖିବା ପାଇ ପୂର୍ବରୁ ମାଟି ଆଡି ବନ୍ଧ ରହିଛି । ତେବେ ବନ୍ୟା ଆଶଙ୍କା କୁ ଏଡାଇବା ପାଇଁ ସରକାର ଙ୍କ ପକ୍ଷରୁ ମୟୁରଭଞ୍ଜ ଜଳସେଚନ ବିଭାଗ ତରଫରୁ ମାଟି ବନ୍ଧ କୁ ସ୍ଥାୟୀ ସୁରକ୍ଷା ଦେବା ପାଇଁ ସ୍ଥାୟୀ କଂକ୍ରିଟ ଗାଡ଼ୱ।ଲ ନିର୍ମାଣ ପାଇଁ ବିଭାଗ ତରଫରୁ ଆନୁମାନିକ ୪୦ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିଲା । ବର୍ଷା ଦିନ ପୂର୍ବରୁ କାର୍ଯ୍ୟ ସାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଠିକାଦାର ଅଧାପନ୍ତରିଆ କାର୍ଯ୍ୟ କରି ରଂନିଙ୍ଗ ବିଲ ନେଇ ଆଉ ଧାରାଛୁଆଁ ଦେଉନାହାନ୍ତି, କି ବିଭାଗୀୟ ଅଧିକାରୀ ଙ୍କ ଫୋନ ମଧ୍ୟ ରିସିଭ କରୁନାହାନ୍ତି । ତେବେ ସବୁଠାରୁ ବଡ କଥା ହେଉଛି ପୂର୍ବରୁ ହୋଇଥିବା ମାଟି ଆଡି ବନ୍ଧ କୁ ଠିକାଦାର ମନ ଇଚ୍ଛା ତାଡି ଦେଇ କାମ ଅଧାରୁ ବନ୍ଦ କରି ଧରାଛୁଆଁ ଦେଉନାହାଁନ୍ତି ବୋଲି ହୋଇଛି ଅଭିଯୋଗ । ତେବେ ଗତକାଲି ରାତିଠାରୁ ଲଘୁଚାପ ଜନିତ ବର୍ଷା ଯୋଗୁଁ ମାଟି ଆଡି ବନ୍ଧ ଧିରେ ଧିରେ ଧସିବାକୁ ଲାଗିଲାଣି । ଯଦି ଉକ୍ତ ଆଡି ବନ୍ଧ ଧସିଯାଏ ତେବେ ପାଞ୍ଚଗୁଛିଆ ଗ୍ରାମ ନଦୀ ପାଣି ରେ ସଂପୂର୍ଣ୍ଣ ବୁଡି ଯିବ । ବନ୍ଧ ଭାଙ୍ଗିବା ଆଶଙ୍କା କରି ମୋରଡା ପଂଚାୟତ ସରପଞ୍ଚ ରବି ସିଂ ଓ ଗ୍ରାମବାସୀ ଉଦବେଗ ପ୍ରକାଶ କରି ବିଭାଗୀୟ ଅଧିକାରୀ ଙ୍କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଯନ୍ତ୍ରୀ ମୁକେଶ କୁମାର ପହଞ୍ଚିବା ପରେ ସରପଞ୍ଚ ଠାରୁ ଆରମ୍ଭ କରି ଗ୍ରାମବାସୀ ମାନେ
ଯନ୍ତ୍ରୀ ଙ୍କୁ ଘେରିଯାଇଥିଲେ । ଠିକାଦାର ଙ୍କ ମନମୁଖୀ ଓ ନିମ୍ନମାନର କାର୍ଯ୍ୟ ପାଇଁ ଯନ୍ତ୍ରୀ ଙ୍କୁ ଦାୟୀ କରିବା ସହ ବିଭାଗୀୟ ଅଧିକାରୀ ଙ୍କୁ କଡା ସମାଲୋଚନା କରିଥିଲେ ସରପଞ୍ଚ ରବି ସିଂ । ଯନ୍ତ୍ରୀ ମୁକେଶ କୁମାର ପ୍ରତିକ୍ରିୟା ରେ କହିଛନ୍ତି ଯେ ଠିକାଦାର ମୋ କଥା ଶୁଣୁନାହାନ୍ତି କି ଫୋନ ରିସିଭ କରୁନାହାନ୍ତି । ଆହୁରି ମଧ୍ୟ କହିଛନ୍ତି ମୁଁ ତୋ ସାମାନ୍ୟ ଯନ୍ତ୍ରୀ, ଏସଡିଓ ଠାରୁ ଆରମ୍ଭ କରି ଉପରିସ୍ଥ ଅଧିକାରୀଙ୍କ ର ମଧ୍ୟ ଫୋନ ଉଠାଉ ନାହାନ୍ତି ଠିକାଦାର ବିଶେଶ୍ୱର ବେହେରା । ବିଭାଗ ତରଫରୁ ଚିଠି କରିଛୁ କହି ଅସହାୟ ପ୍ରକାଶ କରିଛନ୍ତି ଯନ୍ତ୍ରୀ । ତୋ ଏଠି ପ୍ରଶ୍ନ ଉଠୁଛି ଜୈନକ ଠିକାଦାର କାହା ଛତ୍ରଛାୟା ତଳେ ରହି ଏ ଭଳି କାର୍ଯ୍ୟ କରି ଗୋଟେ ଗ୍ରାମ ର ଲୋକଙ୍କୁ ବିପଦ ମୁହଁ ଙ୍କୁ ଠେଲିଦେବାକୁ ବସିଛନ୍ତି । ବର୍ତମାନ ଯଦି ବର୍ଷା ବଢିବ ପାଞ୍ଚଗୁଛିଆ ଗ୍ରାମ ପ୍ରତି ବିପଦ ମାଡିଆସିବ । ବର୍ତମାନ ଭାଗବାନ ହିଁ ଭରସା, ଭାଗବାନ ଙ୍କୁ ଡାକି ଆତଙ୍କିତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ ।
ମୟୂରଭଞ୍ଜ ରୁ ମୋନାଲି ସାହୁଙ୍କ ରିପର୍ଟ ଭଞ୍ଜଦୂତ ଖବର
