ସାରସକଣା/ଜାମଶଳା (ଅନିଲ କୁମାର ସାହୁ) : ଶିଶୁ ମାନଙ୍କର ଯତ୍ନ,ସୁରକ୍ଷା ଓ ପୁନର୍ବାସ ସେବାକୁ ସୃଦୃଢ଼ କରିବା ଉଦ୍ଦେଶ୍ୟରେ ଆଜି “ଆମରି ଶିଶୁ” ୱେବ୍ ପୋର୍ଟାଲ୍ ଲୋକାର୍ପିତ ହୋଇ ଯାଇଛି।ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଭୁବନେଶ୍ବରସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା www.aamarisishu.odisha.gov.in ଲୋକାର୍ପଣ କରିଛନ୍ତି।ଏହି ପୋର୍ଟାଲ୍ ଶିଶୁ ସୁରକ୍ଷା ୟୁନିଟ(ଡିସିପିୟୁ),ଶିଶୁ କଲ୍ୟାଣ କମିଟି(ସିଡବ୍ୟୁସି)କିଶୋର ନ୍ୟାୟ ବୋର୍ଡ(ଜେଜେବି),ଶିଶୁ ଯତ୍ନ ପ୍ରତିଷ୍ଠାନ(ସିସିଆଇ) ଏବଂ ଅନ୍ୟାନ୍ୟ ସେବା ପ୍ରଦାନକାରୀ ତଥା ଶିଶୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ବିଭିନ୍ନ ଅଂଶୀଦାର ମାନଙ୍କ ମଧ୍ୟରେ ସୁଗମ ସମନ୍ନୟ ସକ୍ଷମ କରିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି।ରାଜ୍ୟରେ ଶିଶୁ କଲ୍ୟାଣ,ଶିଶୁ ପୋଷଣ,ଓ ଶିଶୁ ସୁରକ୍ଷା କ୍ଷେତ୍ରର କାର୍ଯ୍ୟଧାରାରେ ସୁଧାର ଆସିବ।ଡିଜିଟାଲ ଅପଡେଟ ତଥ୍ୟ ସହାୟତାରେ ଶିଶୁ ସ୍ବାସ୍ଥ୍ୟ ଓ ପୋଷଣ ଚିହ୍ନଟ ହୋଇପାରିବ।ପୋଷଣ ଟ୍ରାକର ଓ ଚାଇଲ୍ଡ ହେଲ୍ପ ଲାଇନ ନମ୍ବର ୧୦୯୮ ର ସମନ୍ବୟ ମଧ୍ୟ ରହିପାରିବ।ମିଶନ ବାସ୍ୟଲ୍ୟ,ଯଶୋଦା, ଆଶ୍ରିବାଦ ଭଳି ଯୋଜନାର ସଦ୍ୟତମ ତଥ୍ୟ ଜନସାଧାରଣଙ୍କୁ ଅବଗତ କରାଯାଇପାରିବ।ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା,ବିଭାଗୀୟ ନିର୍ଦ୍ଦେଶିକା ମୋନିଶା ବାନାର୍ଜୀ,ଅନ୍ୟ ଅଧିକାରୀବୃନ୍ଦଙ୍କ ସହ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ଉପସ୍ଥିତ ଥିଲେ।
