ବାହୁଡ଼ା ଯାତ୍ରାରେ ଭାପୁର ଗ୍ରାମରେ ୨ ରଥକୁ ଆନନ୍ଦ ଉତ୍ସାହର ସହିତ ଟାଣିଲେ ଭକ୍ତ।
ଢ଼େଙ୍କାନାଳ ସଦର ବ୍ଲକ : ଭାପୁର ଗ୍ରାମର ମାଉସୀ ମାଙ୍କ ମନ୍ଦିର ଠାରୁ ପହଣ୍ଡିରେ ପ୍ରଭୁ ଶ୍ରୀ ସୁଦର୍ଶନ,ବଡ଼ଭାଇ ଶ୍ରୀ ବଳରାମ,ଭଉଣୀ ମା ସୁଭଦ୍ରା,ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆସିବା ପରେ ରଥଟଣା ଭାପୁର ଛକ ଦୋଳମଣ୍ଡପ ମାଉସୀ ମାଙ୍କ ମନ୍ଦିର ଠାରୁ ଆରମ୍ଭ ହୋଇଥିଲା। ଘଣ୍ଟଘଣ୍ଟି,ହରିବୋଲ,ହୁଳହୁଳି,ଜୟ ଜଗନ୍ନାଥ ଧୂନିରେ କମ୍ପିଛି ସାରା ପରିବେଶ। ବିଭିନ୍ନ ରୀତିନୀତିର ପୂଜାପାଠ ପରେ ଓ ଛେରାପହଁରା ପରେ ୨ଟି ଯାକ ରଥକୁ ଭକ୍ତମାନେ ଟାଣୁ ଥିବାର ଏ ଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ସେହିପରି ଭାପୁର ଛଦେଶ ଅଞ୍ଚଳର ଧୀରପାଟଣା,ଘଟିପିରିର ବୃନ୍ଦାବନପୁର ସହ ବିଭିନ୍ନ ସ୍ଥାନରେ ବାହୁଡା଼ଯାତ୍ରା ବେଶ୍ ଧୁମ୍ ଧାମରେ ପାଳିତ ହୋଇଯାଉଛି। ଢେଙ୍କାନାଳ ରୁ ରିପୋର୍ଟର ବିଷ୍ଣୁ ଚରଣ ସାହୁ ।
