ପାଣି ନୁହେଁ, ବୋହୁଛି ପ୍ରଶାସନର ଦାୟିତ୍ୱହୀନତା!
ଆମପାଣି-ଧର୍ମଗଡ଼ ବାଇପାସ୍ରେ ସଙ୍ଗୀନ ସ୍ଥିତି। (କଳାହାଣ୍ଡି ଜିଲ୍ଲା କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର କାଗଜ)
କୋକସରା,୨୫।୭ : ଲୋକଙ୍କ ସୁବିଧା ନିମନ୍ତେ ଗ୍ରାମ ପଞ୍ଚାୟତ ତରଫରୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହେଉଛି। ହେଲେ ଏହି ଯୋଗାଣ ହେଉଥିବା ପାଣି ପାଇପ୍ ଫାଟିବା କାରଣରୁ ଦୂଷିତ ହୋଇ ଲୋକଙ୍କ ନିକଟରେ ପହଞ୍ଚୁଛି। ଏମିତି ଏକ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି-ଧର୍ମଗଡ଼ ବାଇପାସ୍ ରାସ୍ତାର ଆମପାଣି ମୁଖ୍ୟ ଛକ ନିକଟରେ।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଦିର୍ଘ ଦିନରୁ ଆମପାଣି ଗ୍ରାମବାସୀଙ୍କ ନିମନ୍ତେ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହେଉଛି। ହେଲେ ପଞ୍ଚାୟତ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ଅବହେଳା କାରଣରୁ ପାଇପ୍ ଫାଟି ରାସ୍ତାରେ ପାଣି ଗଡୁଥିବା ବେଳେ ଲୋକଙ୍କ ନିକଟ କୁ ବିଶୁଦ୍ଧ ପାନୀୟ ଜଳ ବଦଳରେ ଦୂଷିତ ଜଳ ଯୋଗାଣ ହେଉଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ପାଣି ପାଇପ୍ ଲିକେଜ କାରଣରୁ ମୁଖ୍ୟ ରାସ୍ତାରେ ପାଣି ଜମି ରହୁଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟ ସୃଷ୍ଟି ହୋଇଛି। ଏହି ସମସ୍ୟା ମାସେ କି ୨ମାସ ର ନୁହେଁ ଦିର୍ଘ ମାସରୁ ପାଇପ୍ ଲିକେଜ ହୋଇ ରାସ୍ତାରେ ଗଡୁଛି ହେଲେ ଏଥିପ୍ରତି କାହାରି ଦୃଷ୍ଟି ପଡୁ ନଥିବାରୁ ଜନ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ବିଷୟରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଫୋନ୍ ଉଠାଇ ନଥିବାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ନାହିଁ।
