ସର୍ବଭାରତୀୟ ମେଡିକାଲ ପ୍ରବେଶିକା ଇ-ଟେକ୍ ର ସଫଳତା।
ଢେଙ୍କାନାଳ ସଦର : ସଦ୍ୟ ପ୍ରକାଶିତ ଚଳିତ ବର୍ଷର ସର୍ବଭାରତୀୟ ମେଡିକାଲ୍ ପ୍ରବେଶିକା ପରୀକ୍ଷାରେ ଢେଙ୍କାନାଳର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଇ-ଟେକ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଇ-ଟେକ୍ ଏଣ୍ଟ୍ରାନ୍ସର ୩୨ ଜଣରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ବିଭିନ୍ନ ସରକାରୀ ମେଡିକାଲ୍ କଲେଜରେ ନାମ ଲେଖାଇବା ପାଇଁ ଦାବିଦାର ହୋଇଛନ୍ତି। ଏଥର ଇ-ଟେକ୍ ଏଣ୍ଟ୍ରାନ୍ସରେ ୭୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ନିମନ୍ତେ ପ୍ରସ୍ତୁତି କରୁଥିଲେ। ସେମାନଙ୍କ ମଧ୍ୟରୁ ବିଜୟ ପ୍ରଧାନ ୬୮୬ ମାର୍କ ରଖି ସର୍ବଭାରତୀୟ ସ୍ତରରେ ୧୬୮ତମ (AIR) ସ୍ଥାନ ହାସଲ କରିଥିବା ବେଳେ ଓମ୍ ପ୍ରକାଶ ସାହୁ ୬୪୫ ମାର୍କ ରଖି (ଏଆଇଆର୍-୧୮୩୫) ଅନୁଷ୍ଠାନକୁ ଗୌରବାନ୍ବିତ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପ୍ରଭୁଦତ୍ତ ପରିଡ଼ା ୬୨୧ ମାର୍କ,ସତ୍ୟଜିତ ସାହୁ ୬୧୪ ମାର୍କ,ପ୍ରତ୍ୟାଶା ସାହୁ,ଶୁଭସ୍ମିତା ବେହେରା ୬୧୧ ମାର୍କ,ଉମେଶ ସାହୁ ୬୦୭ ମାର୍କ,ଏସ.ଏନ.ପାୟଲ ୬୦୨ ମାର୍କ,ମୋନାଲିସା ସାହୁ ୬୦୧ ମାର୍କ,ହିମାଂଶୁ ଶେଖର ବେହେରା ୬୦୦ ମାର୍କ,ମୃଣାଳିନୀ ସାହୁ ୫୮୬ ମାର୍କ,ଶୁଭଶ୍ରୀ ସାହୁ ୫୮୪ ମାର୍କ,ଶିବାନୀ ଶଙ୍କର ସାହୁ ୫୭୮ ମାର୍କ,ସୁଶ୍ରୀ ସାଇନା ସାହୁ ୫୭୫ ମାର୍କ,ରାମେଶ୍ବରୀ ମିଶ୍ର ୫୭୪ ମାର୍କ,ଦୀପ୍ତିମୟୀ ପାଣି ୫୬୪ ମାର୍କ,ଶୁଭକାନ୍ତ ଗଡ଼ନାୟକ ୫୬୩ ମାର୍କ,ମଞ୍ଜିତ ମାଣିକ ୫୬୨ ମାର୍କ,ଇତିଶ୍ରୀ ମାଝୀ ୫୬୦ ମାର୍କ,ମଳୟ ରଞ୍ଜନ ପ୍ରଧାନ ୫୫୬ ମାର୍କ,ଶିବାନୀ ମହାପାତ୍ର ୫୫୬ ମାର୍କ,ରମ୍ୟରଞ୍ଜନ ବେହେରା ୫୫୩ ମାର୍କ,ରିଚା ପ୍ରିୟଦର୍ଶିନୀ ୫୫୨ ମାର୍କ,ସତ୍ୟବ୍ରତ ରାଉତ ୫୫୨ ମାର୍କ,ରାକେଶ କୁମାର ପାତ୍ର(ଏସ୍ସି) ୫୪୯ ମାର୍କ,ମୋନାସ୍ପିନି ସାହୁ ୫୪୫ ମାର୍କ,ରାଜ ନାରାୟଣ ସାହୁ ୫୪୦ ମାର୍କ,ସ୍ବାଧୀନ ସାହୁ ୫୪୦ ମାର୍କ,ଶୁଭମ୍ ବରାହ ୫୩୭ ମାର୍କ,ଅମୃତମୟ ବେହେରା (ଏସ୍ସି),ଜ୍ୟୋତିର୍ମୟ ଦେହୁରୀ (ଏସ୍ସି) ୫୧୫ ମାର୍କ,ମୁକେଶ ସାମଲ ୫୨୧ ମାର୍କ ରଖି ବିରଳ ସଫଳତା ହାସଲ କରିଛନ୍ତି| ଉଲ୍ଲେଖଯୋଗ୍ୟ,ବିଗତ ବର୍ଷମାନଙ୍କରେ ଇ-ଟେକ୍ର ଅନେକ ମେଧାବୀ ଛାତ୍ରଛାତ୍ରୀ ଇ-ଟେକ୍ ଏଣ୍ଟ୍ରାନ୍ସ କ୍ଳାସ୍ରେ ଅଧ୍ୟୟନ କରି ଓଡ଼ିଶା ଏବଂ ଓଡ଼ିଶା ବାହାରେ ଥିବା ବିଭିନ୍ନ ସରକାରୀ ମେଡିକାଲ କଲେଜରେ ଅଧ୍ୟୟନ କରୁଛନ୍ତି। ସମୟ ଉପଯୋଗୀ ଶିକ୍ଷା ପ୍ରଣାଳୀ,ଅଧ୍ୟାପକ ଅଧ୍ୟାପିକାମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶିକ୍ଷାଦାନ ବ୍ୟବସ୍ଥା,ଶୃଙ୍ଖଳିତ ପରିବେଶ ଏବଂ ସର୍ବଭାରତୀୟ ସ୍ତରରେ ହେଉଥିବା ପ୍ରତିଦ୍ବନ୍ଦ୍ବତାକୁ ସାମନା କରିବାର କଳା ହିଁ ଇ-ଟେକ୍ ଏଣ୍ଟ୍ରାନ୍ସର ଛାତ୍ରଛାତ୍ରୀମାନଙ୍କୁ ଏହି ସଫଳତା ଆଣି ଦେଇଛି। ସମୟାନୁବର୍ଷିତା ଏବଂ କଠିନ ପରିଶ୍ରମୀ ହୋଇ ନିଜ ପ୍ରତିଭାକୁ ବିକଶିତ କରିବା ସହ ନିରବଚ୍ଛିନ୍ନ ଓ ପ୍ରବଳ ଇଚ୍ଛାଶକ୍ତି ହିଁ ଆମର ଛାତ୍ରଛାତ୍ରୀମାନଙ୍କୁ ସଫଳତା ଆଣିଦେଇଛି। ଆଗାମୀ ଦିନରେ ମେଡିକାଲ ପଢ଼ିବାକୁ ଇଚ୍ଛୁକ ଛାତ୍ରଛାତ୍ରୀମାନେ ଇ-ଟେକ୍ ଏଣ୍ଟ୍ରାନ୍ସ କ୍ଲାସ୍ରେ ସାମିଲ ହୋଇ ସୁଲଭ ମୂଲ୍ୟରେ ସଫଳତା ହାସଲ କରିପାରିବେ ବୋଲି ଅଧ୍ୟକ୍ଷ ଡ.ସୁରେଶ ମିଶ୍ର ଜଣାଇଛନ୍ତି। ଢେଙ୍କାନାଳ ରୁ ରିପୋର୍ଟର ବିଷ୍ଣୁ ଚରଣ ସାହୁ ।
