ଗୋତମୁଣ୍ଡାରେ ନିଆରା ବାହୁଡ଼ା ଯାତ୍ରା
ଦେବାଦେବୀଙ୍କ ଗହଣରେ ଘରକୁ ବାହୁଡ଼ିଲେ କାଳିଆ ସାଆନ୍ତ (କଳାହାଣ୍ଡି ଜିଲ୍ଲା କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର କାଗଜ)
କୋକସରା,୨୪।୭ : ଶ୍ରୀଜଗନ୍ନାଥ ସଂସ୍କୃତି ସହ ଆଦିବାସୀ ପରମ୍ପରାର ସମିଶ୍ରଣରେ ଶତାବ୍ଦୀ ଶତାବ୍ଦୀ ଧରି କୋକସରା ବ୍ଳକର ଆଦିବାସୀ ଅଧ୍ୟୁଷିତ ଗୋତମୁଣ୍ଡା ଗ୍ରାମରେ ନିଆର ଢଙ୍ଗରେ ବାହୁଡ଼ା ଯାତ୍ରା ପାଳନ ହୋଇ ଆସୁଛି। ଶୁକ୍ରବାର ଅଞ୍ଚଳର ମନ୍ତ୍ରିତ ଦେବାଦେବୀଙ୍କ ଲାଠି କାଳିଶୀ ସାମିଲ ହେବାପରେ ଜନ୍ମ ବେଦିରୁ ରତ୍ନ ବେଦିକୁ ଫେରିଛନ୍ତି କଳାଠାକୁର। ତେବେ ଏହ ସମୟରେ ଦେବୀ ବାଜାରେ କାଳିଶୀ ମାନେ ତିନି ଠାକୁରଙ୍କୁ ନାଚି ନାଚି ସ୍ବାଗତ କରି ପାଛୋଟି ଆଣିଥିବା ବେଳେ ହଜାର ହଜାର ଭକ୍ତଙ୍କ ଗହଣରେ ରଥଟଣା ହୋଇଛି ଆସିଥିଲେ କାଳିଆ ସାଆନ୍ତେ। ଗୋତମୁଣ୍ଡାରେ ପାଳିତ ହେଉଥିବା ବାହୁଡ଼ା ଯାତ୍ରା ଅନ୍ୟ ସ୍ଥାନରେ ହେଉଥିବା ବାହୁଡ଼ା ଯାତ୍ରା ଠାରୁ ସମ୍ପୂର୍ଣ୍ଣ ଭିନ୍ନ ହୋଇଥିବାରୁ ଯାତ୍ରା ଦେଖିବାକୁ କଳାହାଣ୍ଡି ସମେତ ପଡ଼ୋଶୀ ନବରଙ୍ଗପୁର, ନୂଆପଡ଼ା ଓ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ରାଜ୍ୟରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନେ ସାମିଲ ହୋଇଥିଲେ। ଚଳିତ ବର୍ଷ ପାଗ ଅନୁକୂଳ ଠିକ୍ ଥିବା କାରଣରୁ ଅସଂଖ୍ୟ ଭିଡ଼ି ପରିଲକ୍ଷିତ ହୋଇଥିଲା। ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ପୁଜା କମିଟି ପକ୍ଷରୁ ମଧ୍ୟ ସଜାଗ ହୋଇଥିଲେ। ଗୋତମୁଣ୍ଡା ପରି କୋକସରା ବ୍ଲକର ଆମପାଣି, ବଡ଼ପୋଡ଼ାଗୁଡ଼ା, ସିଉନୀ, କେନ୍ଦୁଡଙ୍ଗରୀ, ଲଡୁଗାଁ, କାଶୀବାହାଲ, ଡଙ୍ଗରୀଗୁଡା, ମେଟେର, ଛିଲିପାମାଲ, ଟେମରା, କୋକସରା ଆଦି ସ୍ଥାନରେ ମଧ୍ୟ ମହା ଆଡ଼ମ୍ବରରେ ଶ୍ରୀ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ପାଳନ ହୋଇଛି। ପ୍ରତ୍ୟେକ ସ୍ଥାନରେ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ଶୃଙ୍ଖଳାର ସହିତ ବିଭିନ୍ନ ସ୍ଥାନରେ ବାହୁଡ଼ା ଯାତ୍ରା ସମାପନ ହୋଇଛି।
