ଭୂଆଷୁଣୀ କଳା ମୁଗୁନି ପଥର ଖଣିରେ ଉତ୍ତେଜନା। ଢେଙ୍କାନାଳ (ନିପ୍ର ଗୋକୁଳାନନ୍ଦ ବେହେରା)ଓଡ଼ପଡ଼ା : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅଧୀନ ଘଟିପରି ଅମାନ୍ତିପଡା଼ ନିକଟରେ ଥିବା ଭୁଆଷୁଣୀ କଳା ମୁଗୁନି ପଥର ଖଣିରେ ଖଣିଜ ଦ୍ରବ୍ୟ ପରିବହନକୁ କେନ୍ଦ୍ର କରି ଉତ୍ତେଜନା ଦେବାକୁ ମିଳିଛି। ଏହାକୁ ନେଇ ଭାପୁର ଫାଣ୍ଡିରେ ପୃଥକ ମମଲା ରୁଜୁ ହୋଇଛି। ସୂଚନା ମୁତବକ,ଘଟିପରି ପଞ୍ଚୟତ ପାଣମୁର୍ଗା ଗ୍ରାମର ଗାଡ଼ି ଚାଳକ ରଞ୍ଜନ ବେହେରା ହାଇଓ୍ବା ନେଇ ଚିପ୍ସ ଲୋଡିଙ୍ଗ୍ କରିବାକୁ ପଥର ଖଣି ନିକଟରେ ଥିବା କୁସରରେ ପହଞ୍ଚିଥିଲେ। ନିମ୍ନମାନର ଚିପ୍ସକୁ ନେଇ କ୍ରସର ଚଲାଉଥିବା କର୍ମଚାରୀଙ୍କ ସହିତ ରଞ୍ଜନଙ୍କ ବଚସା ଓ ପରେ ହାତହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। କ୍ରସର ମାଲିକ ପ୍ରେମାନନ୍ଦ ସାହୁ ଓରଫ୍ (ବିଭୁ) ଜାତିଆଣ ଅକ୍ଷେପ କରିବା ସହ କ୍ରସରରେ ଚୁନା କରିଦେବାର ଧମକ ଦେଇଥିବା ଶ୍ରୀ ବେହେରା ଭାପୁର ଫାଣ୍ଡିରେ ଏତଲା ଦେ ଦେଇଛନ୍ତି। ତାଙ୍କୁ ସମର୍ଥନରେ ବାହାରି ଛଦେଶ ଟ୍ରକ୍ ମାଲିକ ସଂଘର ସଦସ୍ୟମାନେ ଏକତ୍ରିତ ହେଇ ଖଣି ନିଲମଧାରୀ ପ୍ରେମାନନ୍ଦ ସାହୁଙ୍କୁ ଘଟଣା ବିଷୟରେ ପଚାରିଥିଲେ। ଏଥିସହ ୩ ଦିନ ତଳେ ଖଣିରେ ଖଣିରେ ଜଣେ କର୍ମଚାରୀ ଗୁରୁତର ହୋଇଥିବା ସମ୍ପର୍କରେ ପଚାରି ବୁଝିବାକୁ ଚାହିଁବାରୁ ସେମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରାଯାଇଥିବା ଓ ଧମକ ଅଭିଯୋଗ କରାଯାଇଛି। ଖଣି ନିଲାମଧାରୀ ଆଠଗଡ଼ ନିବାସୀ ହୋଇଥିବାରୁ ସେହି ରାସ୍ତାରେ ଗାଡ଼ି ଚଳାଇ ନଦେବାକୁ ଧମକ ଦେଉଥିବା ଅଭିଯୋଗ ହେଇଛି। ଏହାର ତଦନ୍ତ ପାଇଁ ଛଦେଶ ଟ୍ରକ୍ ମାଲିକ ଭାପୁର ଫାଣ୍ଡି ଛଦେଶ ଟ୍ରକ୍ ମାଲିକ ସଂଘ ଓ ଖଣି ନିଲାମଧାରୀଙ୍କ ମଧ୍ୟରେ ବିବାଦ,ଫାଣ୍ଡିରେ ମାମଲା ପୋଲିସ୍ର ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି। ଖଣି ନିଲାମଧାରୀଙ୍କ ପକ୍ଷରୁ ମଧ୍ୟ ପାଲଟା ଏତଲା ଦିଆଯାଇଛି। ପୋଲିସ୍ ଦୁଇଟି ମମଲା ରୁଜୁ କରିଛି। ଏହାର ପ୍ରତିବାଦରେ ଭୁଆଷୁଣୀ ପାହାଡ଼ ଖଣିରେ ଆଜି ସ୍ଥାନୀୟ ଲେଳମାନଙ୍କ ଦ୍ଵାରା ଗାଡି ଗୁଡ଼ିକ ଯାତାୟାତକୁ ବନ୍ଦ କରି ଦିଆଯାଇଥିଲା। ଦୀର୍ଘ ସମୟ ଧରି ଗାଡ଼ିଗୁଡ଼ିକ ଠିଆ ହୋଇ ରହିଥିଲା ବେଳେ ଫାଣ୍ଡିରେ ଅଭିଯୋଗ କରିଥିବା କ୍ରସର ମାଲିକ ଏଠାକୁ ଆସି ସମାଧାନ କରିବା ପାଇଁ ସ୍ଥାନୀୟ ଲୋକ ମାନେ ଦାବୀ କରିଥିଲେ। ଭୁଆସୁଣୀ ଖଣି ଦ୍ବାରା କିଭଳି ଭାବରେ ଅଞ୍ଚଳବାସୀ ଓ ସ୍ଥାନୀୟ ଲୋକମାନେ କ୍ଷତିଗ୍ରସ୍ତ ହେଉଛନ୍ତି,ବିସ୍ପୋରଣରେ ଘରଦ୍ବାର ଭାଙ୍ଗୁଛି,ବଡ ବଡ଼ ଗାଡିରେ ପଥର ପରିବହନ ଦ୍ବାରା ରାସ୍ତା ନଷ୍ଟ ହେଉଛି ଏବଂ ଲୋକେ ନାହିଁ ନ ଦ୍ବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେନେଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଜଣାଇଛନ୍ତି।
