ତାରପୁର ପଞ୍ଚାୟତ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାଟ ମାରଣା, ପୁନଃ ତଦନ୍ତ ପାଇଁ ସାଧାରଣରେ ଦାବି ।
ରଘୁନାଥପୁର(ନି.ପ୍ର): ଜଗତସିଂପୁର ଜିଲ୍ଲା ରଘୁନାଥପୁର ବ୍ଲକର ୧୯ ଗୋଟି ଗ୍ରାମ ପଞ୍ଚାୟତ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତଦନ୍ତ ଘଟଣା ରେ ବ୍ୟାପକ ଘୋଟାଲା ହୋଇଛି ବୋଲି ବାହାରେ ଚର୍ଚ୍ଚା ହେଉଥିବା ବେଳେ ତାର ନିଚ୍ଛକ ପ୍ରମାଣ ମିଳିଛି ତାରପୁର ଗ୍ରାମ ପଞ୍ଚାୟତରେ। ପକାଘର ଖଣ୍ଡେ ପାଇଁ ଆବେଦନ କରିଥିବା ବହୁ ଯୋଗ୍ୟ ବ୍ୟକ୍ତି , ଯେଉଁ ମାନେ କି ଚାଳ ଛପର ଘରେ ପାଲ ଟାଙ୍ଗୀ ରହୁଛନ୍ତି, ସେମାନଙ୍କୁ ତାଲିକାରୁ ବାଦ୍ କରିଥିବା ବେଳେ ବହୁ କୋଠାଘର ଥିବା ଲୋକମାନଙ୍କୁ ପ୍ରଦାନ କରାଯାଇଛି। ଏପରିକି ବହୁ ଗରିବ ଶ୍ରେଣୀର ଲୋକ ଜିଲ୍ଲାପାଳଙ୍କ ଜନ ଶୁଣାଣିରେ ନିଜର ଘର ଖଣ୍ଡେ ପାଇଁ ଆବେଦନ କରିଥିଲେ ବି ତାହା ତଦନ୍ତ ପରିସରକୁ ଏପଯର୍ଯନ୍ତ ଆସିପାରିନାହିଁ କି ସେମାନଙ୍କ ଘରକୁ କେହି ସରକାରୀ ବାବୁ ଯାଇ ତଦାରଖ କହିନାହାନ୍ତି। ଡବଲ ଇଞ୍ଜିନ ସରକାର ବିଭିନ୍ନ ଯୋଜନା ମାନ କରି ଲୋକଙ୍କ ସରକାର କହି ବୁଲୁଥିବା ବେଳେ ଏପଟେ ଯୋଜନା ସବୁ କୁ ବାଟମାରଣା କରୁଛନ୍ତି ସରକାରୀ ବାବୁ ମାନେ ଯାହାଦ୍ୱାରା ଅଡୁଆରେ ପକାଇବା ପ୍ରୟାସ ସଫଳ ହେଉଛି। ବିଭିନ୍ନ ସରକାରୀ ଯୋଜନାରୁ ଯେପରି ଯୋଗ୍ୟ ବ୍ୟକ୍ତି ବାଦ ନପଡନ୍ତି ସେଥିପାଇଁ ସରକାର କହି ବୁଲୁଥିବା ବେଳେ ଏପଟେ ସରକାରୀ ବାବୁମାନେ ପିସି ଆଦାୟ କରି ଯୋଗ୍ୟ ବ୍ୟକ୍ତି ମାନଙ୍କୁ ଅଯୋଗ୍ୟ କରୁଥିବା ବେଳେ ଅଯୋଗ୍ୟ ବ୍ୟକ୍ତି ମାନଙ୍କୁ ଯୋଗ୍ୟ କରିଦେବା କୁ ବି ପଛାଉ ନାହାଁନ୍ତି। ଆଉ କିଛି ମାସ ପରେ ସରକାର ପ୍ରଥମ ଥର ଲାଗି ପଞ୍ଚାୟତ ନିର୍ବାଚନ ର ସମୂଖୀନ ହେଉଥିବା ବେଳେ ଏହି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ଯଦି ତ୍ରୁଟି ରହିଯାଏ ତେବେ ସରକାରଙ୍କ ବିରୋଧରେ ପଞ୍ଚାୟତ ନିର୍ବାଚନ ବୁମେରାଂ ହୋଇଯିବ ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଠିକ ଭାବରେ ତଦନ୍ତ କରି ଉପଯୁକ୍ତ ହିତାଧିକାରୀଙ୍କୁ ବା ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନା ମିଳିବା ପାଇଁ ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବି ହେଉଛି । ଏଥି ନିମନ୍ତେ ଆମ ପ୍ରତିନିଧି ତାରପୁର ସରପଞ୍ଚ ସୁସମା ମଲ୍ଲିକ ଙ୍କୁ ପଚାରିବାରେ ସେ ସିଧାସଳଖ କହିଥିଲେ ଯେ ତଦନ୍ତ ଘଟଣାରେ ସରକାରୀ ବାବୁ ମାନେ ଆମକୁ ସାମିଲ କରିନଥିଲେ କି ଆମର ସହଯୋଗ ଲୋଡି ନଥିଲେ, ଯେଉଁ କେଲେଙ୍କାରୀ ଘଟଣା ସବୁ ଘଟିଛି ସେଥିପାଇଁ ସହାୟକ ଉନ୍ନୟନ ଅଧିକାରୀ ଶୁଭେନ୍ଦୁ ପଣ୍ଡା ହିଁ ଦାୟୀ ବୋଲି କହିବା ସହିତ ଏ ଘଟଣା ସବୁର ଏକ ନିରପେକ୍ଷ ତଦନ୍ତ ପାଇଁ ସେ ଦାବି କରିଛନ୍ତି।
