ଦୁର୍ଗାଦେବୀ ରେ ଶେଷ ହେଲା ରଥଯାତ୍ରା ଓ ବାହୁଡ଼ାଯାତ୍ରା.
ଶ୍ରୀ ମନ୍ଦିର କୁ ବାହୁଡ଼ି ଆସିଲେ ତିନି ଠାକୁର.
ବାଲେଶ୍ୱର ଜିଲ୍ଲା ଦୁର୍ଗାଦେବୀ ରେ ଆଜି ପବିତ୍ର ବାହୁଡ଼ାଯାତ୍ରା ରେ ଶ୍ରୀ ମନ୍ଦିର କୁ ବାହୁଡ଼ି ଆସିଲେ ତିନି ଠାକୁର. ଆଜିକୁ ନଅ ଦିନ ଧରି ମାଉସୀ ମା ଘରେ ବେସ ଆନନ୍ଦରେ ଥିବାବେଳେ,ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର, ଓ ସାନ ଭଉଣୀ ସୁଭଦ୍ରା,ତିନିଜଣ ତିନି ରଥ ରେ ବସି ହଜାର ହଜାର ଭକ୍ତଙ୍କ ଗହଳରେ, ବାହୁଡ଼ି ଆସିଛନ୍ତି ତିନି ଠାକୁର ଶ୍ରୀ ମନ୍ଦିରକୁ ।ଲୋକଙ୍କ ମୁଖରୁ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ସ୍ୱର,ସଂକୀର୍ତ୍ତନ,ଶଙ୍ଖ ଧ୍ୱନି, ହୁଳହୁଳି,ଧୂମସା ମାଦଳ ର ଶବ୍ଦ ଭିତରେ ଫାଟି ପଡୁଥାଏ ଏ ବାହୁଡ଼ାଯାତ୍ରା,ମାଉସୀ ମା ଘରେ ବଡ଼ ଠାକୁର ଙ୍କର ଟଙ୍କ ତୋରାଣି ଓ ପ୍ରସାଦ ସେବନ ବହୂ ଆନନ୍ଦରେ ଚାଲିଥାଏ…..।।
ରେମୁଣା ଦୁର୍ଗାଦେବୀ ରୁ ପ୍ରମୋଦ ତ୍ରିପାଠୀ ଙ୍କ ସହ ଆଜିତ ମାହାର୍ଣ୍ଣା ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
