ବିଲ ମଝିରେ କାମନ୍ୟୁଟି ସେଣ୍ଟର
ବିଞ୍ଝାରପୁର /୨୪/୦୭/(ଭଞ୍ଜଦୂତ ଖବର :ସରୋଜ କୁମାର ଧଳ )
ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ କପିଳା ଗ୍ରାମରେ,ଜନ ସାଧାରଣ ଙ୍କ କହିବା ଅନୁଯାୟୀ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜ୍ୟ ସରକାରଙ୍କ ‘ବିକଶିତ ଓଡିଶା ବିକଶିତ ଗାଁ ଯୋଜନାରେ ନିର୍ମାଣ ହେଉଥିବା ଶ୍ରୀଅରବିନ୍ଧ କାମନ୍ୟୁଟି ସେଣ୍ଟର ଟିକୁ ନେଈ ବିଞ୍ଝାରପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି,ଯୋଜନାର ଉଦ୍ଧେଶ୍ୟ ସର୍ବସାଧାରଣଙ୍କ ହିତରେ ଥିବାବେଳେ, କପିଳା ପଞ୍ଚାୟତରେ ନିର୍ମିତ ଶ୍ରୀଅରବିନ୍ଧ କମ୍ୟୁନିଟି ସେଣ୍ଟରର ସ୍ଥାନ ଚୟନ କୁ ନେଈ ସନ୍ଦେହ ସୃଷ୍ଟି ହୋଇଛି,ଅଭିଯୋଗ ଅନୁଯାୟୀ, କମ୍ୟୁନିଟି ସେଣ୍ଟରଟି କୌଣସି ଜନଵସତି କିମ୍ବା ଗ୍ରାମ ମଧ୍ୟରେ ନିର୍ମାଣ ନହୋଇ ବିଲ ମଝିରେ ଏକ ନିଛାଟିଆ ସ୍ଥାନରେ ନିର୍ମାଣ କରାଯାଇଛି, ଯାହାକି ପ୍ରାୟ ଗ୍ରାମ ଠାରୁ ୧ କିଲୋମିଟର ଦୂରରେ ଅବସ୍ତିତ ଅଟେ,ଏହି ସ୍ଥାନ ଚୟନକୁ ନେଈ ଏବେ ସ୍ଥାନୀୟ ଅଞ୍ଚଳରେ ଅନେକ ପ୍ରଶ୍ନ ଉଠୁ ଥିବାର ଦେଖିବାକୁ ମିଳୁଛି, ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଉଦ୍ଧିଷ୍ଟ, କମ୍ୟୁନିଟି ସେଣ୍ଟର ଏଭଳି ନିଛାଟିଆ ସ୍ଥାନରେ କାହିଁକି ନିର୍ମାଣ ହେଲା? ଏହା ସାଧାରଣ ଲୋକଙ୍କ ପାଇଁ ଉପଯୋଗୀ ହେବ ନା କୋୖଣସି ବ୍ୟକ୍ତି ବିଶେଷଙ୍କ ସ୍ଵାର୍ଥରେ ବ୍ୟବହାର ହେବ ତାହାକୁ ନେଈ ମଧ୍ୟ ପ୍ରଶ୍ନ ଉଠିଛି, ଉକ୍ତ କମ୍ୟୁନିଟ ସେଣ୍ଟରଟି ଜଣେ ବ୍ୟକ୍ତିଙ୍କ ନିଜସ୍ୱ ଜମିରେ ନିର୍ମାଣ କରାଯାଇଥିବା ବେଳେ,ଭବିଷ୍ୟତରେ ଏହାକୁ ବ୍ୟକ୍ତିଗତ ବ୍ୟବହାର କରାଯିବାର ଆଶଙ୍କା ରହିଛି, ତେବେ ସରକାରୀ ଅର୍ଥରେ ନିର୍ମିତ ଏକ ସାର୍ବଜନିତ ପ୍ରକଳ୍ପ କିପରି ଏବଂ କେଉଁ ନିୟମରେ ବ୍ୟକ୍ତିଗତ ଜମିରେ ନିର୍ମାଣ ହେଲା ତାହାର ତଦନ୍ତ ନିହାତି ଆବଶ୍ୟକ, ଅନ୍ୟପକ୍ଷରେ, କାର୍ଯ୍ୟ ଗୁଡିକ କନିଷ୍ଟ ଯନ୍ତ୍ରୀଙ୍କ ନାମରେ ଥିବାବେଳେ, କାର୍ଯ୍ୟର ଠିକାଦାରୀ ଓ ନିର୍ମାଣ ପରିଚାଳନାକୁ ନେଈ ମଧ୍ୟ ଉଠିଛି ପ୍ରଶ୍ନ,ସମସ୍ତ ପ୍ରଶ୍ନର ଉତ୍ତର ପାଇଁ ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ପକ୍ଷରୁ ତଦନ୍ତ କରି ସତ୍ୟାସତ୍ୟ ସାମ୍ନାକୁ ଆଣିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି,
