ବରଯାତ୍ରୀ ଗାଡି ଦୁର୍ଘଟଣା, ୫ ମୃତ, ଅଂଚଳ ରେ ଶୋକର ଛାୟା
ହିନ୍ଦୋଳ – ବିବାହ ର ଖୁସି ନିମିଷକେ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।
ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ଏକ ବନ୍ଧ ଭିତରେ ଗଳି ପଡି ୫ ଜଣ ବରଯାତ୍ରୀ
ମୃତ ବରଣ କରିଥିଵା ଜଣାପଡିଛି।
ଖବର ନେବାରେ ଜଣାଗଲା ଯେ ବାଙ୍ଗୁରସିଂହ ଗ୍ରାମ ର ସନ୍ତୋଷ କୁମାର ସାହୁ ଙ୍କର ପୁତ୍ର ଅଭିଷେକ ସାହୁ ଢେ଼ଙ୍କାନାଳ ସଦର ଥାନା ଅନ୍ତର୍ଗତ ଇନ୍ଦୁପୁର ଗ୍ରାମର ରୋହିତ କୁମାର ପୃଷ୍ଟି ଙ୍କ କନ୍ୟା ସହିତ ବିବାହ କରିବାକୁ ବାଙ୍ଗୁରସିଂହ ଗ୍ରାମରୁ ବରଯାତ୍ରୀ ଦଳ ବିଭିନ୍ନ ଗାଡି ରେ ଯାଇଥିଲେ। ସେଥି ମଧ୍ୟରୁ ଗୋଟିଏ ଏକ୍ସୟୁ ମହିଦ୍ରା କାର ଚାଇଁପୁର କୁ
ଆସି ଅନ୍ୟ ଦୁଇ ଜଣ ବରଯାତ୍ରୀ ଙ୍କୁ ନେଇ ଇନ୍ଦିପୁର ଯାଉଥିବା ବେଳେ ଅନ୍ଧାର ରାତିରେ
କାର ଟି ଭାରସାମ୍ୟ ହରାଇ ବନ୍ଧ ଭିତରେ ପଶି ଯାଇଥିଲା।
ଫଳରେ ସେଥିରେ ଥିବା ୫ ଜଣ ବରଯାତ୍ରୀ ପାଣି ଭିତରେ ଶ୍ଵାସ ରୁଦ୍ଧ ହୋଇ ମୃତ୍ୟୁବରଣ କରିଥିବା ଜଣାପଡିଛି। ମୃତକ ହେଲେ ବାଙ୍ଗୁରସିଂହ ଗ୍ରାମ ର ରାମ ସାହୁ ୨୫ ବର୍ଷ ଅବିନାଶ ସାହୁ ୨୬ ବର୍ଷ ରାକେଶ କୁମାର ସାହୁ ୨୫ ବର୍ଷ ଚନ୍ଦ୍ରକାନ୍ତ ସ୍ବାଇଁ ୨୭ ବର୍ଷ ଆଇ ଜଣେ ବର ର ମାଉସି ପୁଅ ଭାଇ ଅଟନ୍ତି। ଦୃଘଟଣାଗ୍ରସ୍ଥ କାର କୁ ଗ୍ରାମବାସୀ ମାନେ ପାଣି ରୁ ଉଦ୍ଧାର କରିଥିଲେ।ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ନିମନ୍ତେ ଢେ଼ଙ୍କାନାଳ ଡାକ୍ତରଖାନା କୁ ପଠାଇ ତଦନ୍ତ କରୁଥିବା ଜଣାପଡିଛି।
ଏହି ଦୁଃଖଦ ଖବର ଵାଙ୍ଗୁରସିଂହ ଗ୍ରାମ ସହିତ ଇନ୍ଦିପୁର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।ହସ ଖୁସିର ମୂହୁର୍ତ୍ତ ନିମିଷକେ ମଧ୍ୟରେ ଚୁରମାର ହୋଇଯାଇଥିବା ଦେଖିବାକୁ ମିଳିଛି,
ଢେଙ୍କାନାଳ ଜିଲ୍ଲା ରୁ ଗୋକୁଳାନନ୍ଦ ବେହେରା ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
