*ୱଷ୍ଟର୍ନ ଓଡ଼ିଶା ରେସିଡେନ୍ସିଆଲ ସ୍କୁଲ ଖରିଆର ରେ ଜୋନାଲ ସ୍ତରୀୟ ସି.ଆ.ଏସ.ସି.ଇ. ଖୋ – ଖୋ ପ୍ରତିଯୋଗିତା ଉଦଯାପିତl*
ନୂଆପଡା(ମିଖାଏଲ ନନ୍ଦ)
ତା ୨୨-୦୭-୨୬
ନୂଆପଡା ଜିଲ୍ଲା ଅନ୍ତର୍ଗତ ଖଡ଼ିଆଳ ସ୍ଥିତ ୱେଷ୍ଟର୍ନ ଓଡ଼ିଶା ରେସିଡେନ୍ସିଆଲ ପବ୍ଲିକ ସ୍କୁଲ , ଖଡ଼ିଆଳ ଖେଳପଡିଆ ରେ C.I.S.C.E ଜୋନାଲ ସ୍ତରୀୟ ଖୋ – ଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ Under-14,Under-17 ବାଳକ ଓ ବାଳିକା ବର୍ଗ ରେ ଟିଟିଲାଗଡ
ଓ ଖଡ଼ିଆଳ ର ଚାରୋଟି ଦଲ ଯୋଗଦେଇ ଥିଲେ । Under-14 ବାଳିକା ବର୍ଗ ରେ ୱେଷ୍ଟର୍ନ ଓଡ଼ିଶା ରେସିଡେନ୍ସିଆଲ ପବ୍ଲିକ ସ୍କୁଲ , ଖଡ଼ିଆଳ ଓ ବାଳକ ବର୍ଗ ରେ ସେଣ୍ଟ ଏନ୍ନସ ସ୍କୁଲ , ଟିଟିଲାଗଡ ଚମ୍ପିୟାନ ହୋଇଥିଲେ ।
Under-17 ବାଳିକା ଓ ବାଳକ ବର୍ଗ ରେ ୱେଷ୍ଟର୍ନ ଓଡ଼ିଶା ରେସିଡେନ୍ସିଆଲ ପବ୍ଲିକ ସ୍କୁଲ , ଖଡ଼ିଆଳ ଚମ୍ପିୟାନ ହୋଇଥିଲା । ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସେଣ୍ଟ ଏନ୍ନସ ସ୍କୁଲ , ଟିଟିଲାଗଡ ର ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ଶିକ୍ଷକ ଶ୍ରୀଯୁକ୍ତ କିରନ କୁମାର ଦାସ , ମୁଖ୍ୟବକ୍ତା ଭାବରେ ଜୋନାଲ ର କ୍ରୀଡ଼ା ଶିକ୍ଷକ ଶ୍ରୀଯୁକ୍ତ ମୁକେଶ କୁମାର ସାହୁ, ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟର ସଂଘ ର ସଦସ୍ୟ ଜିତେନ୍ଦ୍ର କୁମାର ଦଣ୍ଡସେନା , ସ୍କୁଲ୍ ର ପ୍ରତିଷ୍ଠାତା ତଥା ନିର୍ଦେଶିକା ଶ୍ରୀମତୀ ସ୍ନିଗ୍ଧା ଘୋଷ ଓ ଉତ୍ସବ ଘୋଷ, ଅଧକ୍ଷ ଶ୍ରୀଯୁକ୍ତ ଅରୁଣ କୁମାର ବଚ୍ଛ ଯୋଗଦେଇ ଖୋ ଖୋ ବିଷୟରେ ଅବଗତ କରାଇଥିଲେ। ପ୍ରତି ଯୋଗିତାରେ ସ୍କୁଲ ର କ୍ରୀଡ଼ା ଶିକ୍ଷକ ସୁରେନ୍ଦ୍ର କୁମାର ନାଗ , କ୍ରୀଡ଼ା ବିଷୟରେ ତାଲିମ ଦେଇ ଖେଳ ପରିଚାଳନା କରିଥିଲେ l ପ୍ରତି ଯୋଗିତାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ତଥା ନନ ଟିଚିଂ ଷ୍ଟାଫ ସହଯୋଗ କରିଥିଲେ l ଶେଷରେ କୃତି ବାଳକ ବାଳିକା ମାନଙ୍କୁ ପୁରସ୍କାର ବିତରଣ କରାଯାଇ ଥିଲା l ଶେଷରେ ସ୍କୁଲ ର ଅଧ୍ୟକ୍ଷ ଧନ୍ୟବାଦ ଜଣାଇ ଥିଲେ l
