ଆଦର୍ଶ ବିଦ୍ୟାଳୟ ରେ ଶିକ୍ଷକ ନିଯୁକ୍ତି ପାଇଁ ଦାବି* ବାଙ୍ଗିରିପୋଷି ଭଞ୍ଜଦୂତ ଖବର:- (ଅଂଶୁମାନ)22/07/2026-ବାଙ୍ଗିରିପୋଷି #ଓଡ଼ିଶା_ଆଦର୍ଶ_ବିଦ୍ୟାଳୟ, ଜାମଦାପାଳ ରେ ତିନି ଜଣ ଶିକ୍ଷକ ରେ ଚାଲିଛି ବିଦ୍ୟାଳୟ । ଖାଲି ଥିବା ଶିକ୍ଷକଙ୍କ ନିଯୁକ୍ତି ପାଇଁ ଆଜି ବିଦ୍ୟାଳୟ ସମ୍ମୁଖ ରେ ଛାତ୍ର ଛାତ୍ରୀଙ୍କ ସହ ଅଭିଭାବକଙ୍କ ବିକ୍ଷୋଭ।ଏଥି ପାଇଁ ଦାୟୀ ସରକାର ନା ପ୍ରଶାସନ? ଏମିତି ଯଦୀ ଚାଲିବ ଛୁଆ ଙ୍କ ଭବିଷ୍ୟତ କଣ ହେବ? ସୁତ୍ର ରୁ ଜଣା ପୋଡ଼ୁଅଛି ଶନିବାର ସୁଦ୍ଧା ଖାଲି ପଦବୀ ଶିକ୍ଷକ ଙ୍କ ନିଯୁକ୍ତି ଦାବି । ଦାବି ପୂରଣ ନ ହେଲେ ଆସନ୍ତା ସୋମବାର ଅଭିଭାବକ ରାଜରାସ୍ତାକୁ ଓହ୍ଲେଇବେ ବୋଲି ସୂଚନା ମିଳିଛି ।
