ବଜ୍ରପାତ ଓ ହାତୀ ଉପଦ୍ରବ ରୋକିବ ତାଳଗଛ,ପ୍ରକୃତି ସୁରକ୍ଷା ମଞ୍ଚର ଅଭିନବ ପ୍ରୟାସ।
ଢେଙ୍କାନାଳ –
ରାଜ୍ୟରେ ବୃଦ୍ଧି ପାଉଥିବା ବଜ୍ରପାତ ଜନିତ ମୃତ୍ୟୁ ଏବଂ ହାତୀ ଉପଦ୍ରବକୁ ରୋକିବା ପାଇଁ ତାଳଗଛ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଉଚ୍ଚ ତାଳଗଛ ବଜ୍ରପାତକୁ ନିଜ ଆଡକୁ ଟାଣି ନେଇ ଚାଷୀକୂଳ ତଥା ସାଧାରଣ ଜନତାଙ୍କ ଜୀବନ ରକ୍ଷା କରୁଥିବା ବେଳେ,ପାଚିଲା ତାଳ ହାତୀମାନଙ୍କର ପ୍ରିୟ ଖାଦ୍ୟ ହୋଇଥିବାରୁ ଏହା ଜନବସତିରେ ହାତୀ ପ୍ରବେଶକୁ କମାଇବାରେ ସାହାଯ୍ୟ କରେ। ମାତ୍ର ବର୍ତ୍ତମାନ ଦ୍ରୁତ ସହରୀକରଣ ଏବଂ ପଡ଼ୋଶୀ ରାଜ୍ୟକୁ ବ୍ୟାପକ ଚାଲାଣ ଯୋଗୁଁ ଓଡ଼ିଶାରେ ତାଳଗଛ ସଂଖ୍ୟା ଦ୍ରୁତ ହାରରେ ହ୍ରାସ ପାଉଛି। ଫଳରେ ପାରମ୍ପରିକ ତାଳଶିଳ୍ପ ମଧ୍ୟ ଲୋପ ପାଇବାକୁ ବସିଲାଣି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ତାଳଗଛ କାଟିବା ଉପରେ ରୋକ୍ ଲଗାଇବାକୁ ସରକାର ନୂଆ ଆଇନ ଆଣି ବାକୁ ଏକ ଯାଉଛନ୍ତି। ଏହିପରି ପ୍ରେକ୍ଷୀରେ ଢେଙ୍କାନାଳ ଜିଲ୍ଲାର ଗଁଦିଆ ଠାରେ ପ୍ରକୃତି ସୁରକ୍ଷା ମଞ୍ଚ’ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସଭାପତି ଓ ସମ୍ପାଦକଙ୍କ ସମେତ ଅନ୍ୟ ସଦସ୍ୟମାନେ ଏକାଠି ହୋଇ ଆଗାମୀ ଦିନରେ ଅଞ୍ଚଳରେ ବ୍ୟାପକ ତାଳଗଛ ଲଗାଇବା ସହ ଏହାର ସୁରକ୍ଷା ଦିଗରେ ଲୋକଙ୍କୁ ସଚେତନ କରିବା ପାଇଁ ନିଷ୍ପଭି ନେଇଛନ୍ତି।
ଧର୍ମାନନ୍ଦ ସେଠି ଙ୍କ ରିପୋର୍ଟ
