ଚିଦାନନ୍ଦ କୁଷ୍ଠ ରୋଗୀ ରିଲିଫ କେନ୍ଦ୍ର ଠାରେ ବୃକ୍ଷ ରୋପଣ ଓ ଶୁଖିଲା ଖାଦ୍ୟ ବଣ୍ଟନ।
ଭଞ୍ଜନଗର :-୨୧/୦୭(ରିପୋର୍ଟ – ପ୍ରଫୁଲ୍ଲ କୁମାର ମହାରଣା) ସ୍ଥାନୀୟ ଚିଦାନନ୍ଦ କୃଷ୍ଣରୋଗୀ ରିଲିଫ କେନ୍ଦ୍ରରେ ଲୋହରାଖଣ୍ଡି ସାହିତ୍ୟ ସଂସଦ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ‘ମା’ ପାଇଁ ଗଛଟିଏ’ ଅନୁଷ୍ଠିତ ହୋଇଯାଇଛି। ଏହା ସହିତ ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ପରିବେଶକୁ ସନ୍ତୁଳିତ କରିବା ପାଇଁ ବୃକ୍ଷ ରୋପଣ ନିହାତି ଜରୁରୀ ଥିବାରୁ ଲୋହରାଖଣ୍ଡି ସାହିତ୍ୟ ସଂସଦ ଜୁଲାଇ ମାସ ଆରମ୍ଭରୁ ଆଜିଯାଏଁ ବିିଭିନ୍ନ ବିଦ୍ୟାଳୟରେ ୭୭ତମ ବନ ମହୋତ୍ସବ ପାଳନ କରାଯାଉଥିଲା। ଆଜି ସମାଜସେବୀ ଶୂଳପାଣୀ ଶତପଥୀଙ୍କ ଆହ୍ୱାନ କ୍ରମେ ଚିଦାନନ୍ଦ କୃଷ୍ଣରୋଗୀ ରିଲିଫ୍ କେନ୍ଦ୍ରରେ ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିବା ସହିତ ବୃକ୍ଷରୋପଣ କରାଯାଇଥିଲା। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଲୋହରାଖଣ୍ଡି ସାହିତ୍ୟ ସଂସଦର ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା। କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ବରିଷ୍ଠ ସାମ୍ବାଦିକ ପ୍ରଫୁଲ କୁମାର ମହାରଣା ଏବଂ ସ୍ୱେଚ୍ଛାସେବୀ ନିଲୁ ମହାରଣା। ପରିବେଶ କୁ ସରସ ସୁନ୍ଦର କରିବାକୁ ହେଲେ ବୃକ୍ଷ ନିତ୍ୟାନ୍ତ ଆବଶ୍ୟକ ଏଣୁ “ବୃକ୍ଷ ହିଁ ସମ୍ପଦ “ମା ପାଇଁ ଗଛଟିଏ” କାର୍ଯ୍ୟକ୍ରମ ଜରିଆରେ ପ୍ରତିବର୍ଷ ଜୁଲାଇ ମାସରେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଲୋହରା ଖଣ୍ଡି ସାହିତ୍ୟ ସଂସଦ ଜାରିରଖିଛି। ଏହିପରି ବନମହୋତ୍ସବ କାର୍ଯ୍ୟ ସହ ବିଭିନ୍ନ ସମାଜ ସେବୀ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସାହିତ୍ୟ ସଂସଦ ର ସମ୍ପାଦକ ଚିନ୍ମୟ କୁମାର ଵେବର୍ତ୍ତା କହିଛନ୍ତି। ଶେଷରେ ” ରହିଲେ ବନ ବଞ୍ଚିବେ ଜନ ” ନାରା ଦେଇ ସମାଜସେବୀ ଶୂଳପାଣି ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।
