*ନୂଆପଡ଼ା ଜିଲ୍ଲା ଖଡ଼ିଆଳ କଂଗ୍ରେସ କମିଟି ପକ୍ଷ ରୁ ସାମ୍ବାଦିକ ସମ୍ମିଳନୀ, ଖଡିଆଳ ନଗରପାଳ ବିଜେପିରେ ଯୋଗଦାନ ଆବାସ ଯୋଜନାରେ ଦୁର୍ନୀତି କୁ ଘଣ୍ଟ ଘୋଡାଇବା ଉଦ୍ଧେଶ୍ୟରେ ଦଳ ପରିବର୍ତ୍ତନ ନେଇ ଅଭିଯୋଗ କଲା କଂଗ୍ରେସ* ନୂଆପଡା(ମିଖାଏଲ ନନ୍ଦ) ତା:୨୦.୦୭.
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା ନିକଟରେ ରାଜ୍ୟ ବିଜେପି କାର୍ଯ୍ୟାଳୟ ରେ ବିଜେପି ରେ ଯୋଗଦାନ କରିଛନ୍ତି। ଗୁପ୍ତାଙ୍କ ବିଜେପିରେ ସାମିଲ ହେବା ପରେ ଖଡ଼ିଆଳ ରାଜନୀତିରେ ଅନେକ ଉଷ୍ମତା ଦେଖାଯାଉଅଛି। ଖଡ଼ିଆଳ ବିଧାୟକ ପ୍ରତିକ୍ରିୟା ରଖି ଅଜ୍ଞାତ ରେ ଯୋଗଦାନ କରିଥିବା ବେଳେ ସେ କଂଗ୍ରେସ ସଦସ୍ୟ ବୋଲି କହିଥିଲେ। ଆଜି ଖଡ଼ିଆଳ କଂଗ୍ରେସ୍ ପକ୍ଷ ରୁ ସାମ୍ବାଦିକ ସମ୍ମିଳନୀ ରେ ଉଜ୍ଜଳ ଗୁପ୍ତା କଂଗ୍ରେସ ର ସଦସ୍ୟ ନୁହଁନ୍ତି ବୋଲି ଖଡ଼ିଆଳ ବିଧାନସଭା ମଣ୍ଡଲୀ ପକ୍ଷ ରୁ କମଳ ଚରଣ ତାଣ୍ଡି ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି।ଖଡିଆଳ ନଗରପାଳ ବିଜେପିରେ ଯୋଗଦାନ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତି କୁ ଘଣ୍ଟ ଘୋଡାଇବା ଉଦ୍ଧେଶ୍ୟରେ ଦଳ ପରିବର୍ତ୍ତନ କରିଛନ୍ତି ବୋଲି ଅଭିଯୋଗ ଆଣିଲା କଂଗ୍ରେସ। ଆସନ୍ତା ସାତ ଦିନ ମଧ୍ୟରେ କୌଣସି ପଦକ୍ଷେପ ନ ହେଲେ କଂଗ୍ରେସ ରାଜରାସ୍ତା କୁ ଓହ୍ଲାଇବ। ଖଡ଼ିଆଳ କୁ ୩୩୮୩ ଘର ବଣ୍ଟନ ହୋଇଅଛି। ଏହି ଆବାସ ଯୋଜନା ରେ ହୋଇଥିବା ଦୁର୍ନୀତି ତଦନ୍ତ, ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନ ହେବା ପର୍ଯ୍ୟନ୍ତ କଂଗ୍ରେସ ଚୁପ୍ ବସିବ ନାହିଁ।
