ସୋରରେ ସୁନା ଚେନ ଲୁଟ ଆତଙ୍କ: ସୁନା ଦୋକାନୀ ସହ ୩ ଗିରଫ,ପଲସର ସହ ଟଙ୍କା ଓ ସୁନା ରୂପା ଜବତ।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ସୋରରେ କ୍ରମାଗତ ବଢୁଥିବା ଛିନ୍ ତାଇ ମାମଲା ରେ ସୋର ପୋଲିସ କୁ ମିଳିଛି ସଫଳତା। ସୂଚନାଯୋଗ୍ୟ ଗତ ଦୁଇ ଦିନ ତଳେ ସୋର ପୈର ପାଳିକା ଅନ୍ତର୍ଗତ ରାଇପୁର ଗ୍ରାମ ର ଜୈନିକ ମହିଳାଙ୍କ ବେକରୁ ୧୪ ଗ୍ରାମ ର ସୁନା ଚେନ୍ କୁ ଏକ କଳା ରଙ୍ଗର ପଲସର ରେ ଦୁଇ ଜଣ ଦୁର୍ବୃତ୍ତ ସକାଳ ସମୟରେ ଆସି ଉକ୍ତ ମହିଳା ଫୁଲ ତୋଳୁଥିବା ସମୟରେ କୈଶଳ କ୍ରମେ ଛିନ୍ ତାଇ କରି ଫେରାର ହୋଇ ଯାଇଥିଲେ। ଉକ୍ତ ଘଟଣା ସମ୍ପର୍କରେ ସୋର ଥାନାରେ ଅଭିଯୋଗ କରିବା ପରେ ସୋର ପୁଲିସ ତରଫରୁ ୫୭୯/୨୬ ମୂଳେ ଏକ ମାମଲା ରୁଜୁ କରାଯାଇଥିଲା। ଗତକାଲି ରାତିରେ ପୋଲିସ୍ ତରଫରୁ ଦୁଇଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରିବାରୁ ସେମାନେ ଲୁଟ୍ କରିଥିବା ନେଇ ସ୍ଵୀକାର କରିଥିଲେ। ପରେ ଏସ ଆଇ ପ୍ରିତିଜିତି ମହାନ୍ତି ଙ୍କ ନେତୃତ୍ବରେ ଏକ ଟିମ୍ ସୋର ଅଞ୍ଚଳ ସହିତ ବାଲେଶ୍ଵର ର ବିଭିନ୍ନ ସ୍ଥାନରେ ଚଢାଉ କରି ସୁନା ବିକ୍ରି କରାଯାଇଥିବା ଦୋକାନୀ ବାଲେଶ୍ଵର ଟାଉନ୍ ଥାନା ଅଧୀନ ଯଶୋଦା ଜୁଏଲାରୀ ର ମାଲିକ ଙ୍କ ଅଟକ ରଖିବା ସହ ତାଙ୍କ ନିକଟରୁ ବିଭିନ୍ନ ଚୋରି ସାମଗ୍ରୀ ଜବତ କରିଥିଲେ। ଏହି ଚଢ଼ାଉ ସମୟରେ ବାଲେଶ୍ୱର ସୁନ୍ଦରୀ ଗ୍ରାମ ର ର ଚନ୍ଦନ ବେହେରା (ଟୁଟୁନ) ୨୧ , ସୁନହଟ ଅଞ୍ଚଳର ମନୋରଞ୍ଜନ ମଲ୍ଲିକ (ପପୁ)୨୮, ଆକଟପୁର ଅଞ୍ଚଳର ରବିନାରାୟଣ ବେହେରା (ଟେରୁ)୨୮, ଦାମୋଦରପୁର ଅଞ୍ଚଳର ସୁନା କାରୀଗର ଶ୍ରୀତମ ରଣା (ସିଲୁ)୨୪ ଙ୍କୁ ଗତକାଲି ଗିରଫ କରାଯାଇଥିଲା। ଅଭିଯୁକ୍ତ ମାନଙ୍କ ଠାରୁ ଗୋଟିଏ ନମ୍ବର ବିହୀନ କଲା ବାଜାଜ୍ ପଲସର ବାଇକ୍, ନଗଦ ୧,୦୪,୫୦୦ ଟଙ୍କା,୧କେଜି ରୂପା,୧୫ ଗ୍ରାମ ସୁନା ଜବତ କରାଯାଇଛି। ଆଜି ଅପରାହ୍ନରେ ଅଭିଯୁକ୍ତ ମାନଙ୍କ ର ଡାକ୍ତରିମାଇନା ପରେ ବି ଏନ୍ ଏସ ଧାରା ୩୦୪(୨)/୧୧୧(୧)/୩(୫) ଏବଂ ୩୧୭(୨)ମୂଲେ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ମାନଙ୍କ ନାମରେ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ଥାନାର ୧୫ ରୁ ଅଧିକ ମାମଲା ଥିବା ପୋଲିସ ସୂତ୍ରରୁ ପ୍ରକାଶ ପାଇଛି । ସୋର ଥାନା ତରଫରୁ ଭାରାପ୍ରାପ୍ତ ଥାନଖ ଅଧିକାରୀ ଦେବରାଜ ଜେନା, ଏସ ଆଇ ପ୍ରିତିଜିତି ମହାନ୍ତି ଙ୍କ ସମେତ ଅନେକ କର୍ମଚାରୀ ଉପସ୍ଥିତ ଥିଲେ
