(କଳାହାଣ୍ଡି ଜିଲ୍ଲା କୋକସାରା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର କାଗଜ)
ଚିତ୍ରଶିଳ୍ପୀ ସଂଘ ପକ୍ଷରୁ ସାଧାରଣ ବୈଠକ
କୋକସରା,୨୦। ୭ ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଚିତ୍ରଶିଳ୍ପୀ ସଂଘ ପକ୍ଷରୁ ରବିବାର କୋକସରା ଶିଶୁ ମନ୍ଦିର ପରିସର ଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଯୁବ ଚିତ୍ରଶିଳ୍ପୀ ହେମନ୍ତ ଧଙ୍ଗଡା ମାଝୀ ଏବଂ ଦେବରାଜ ପଟେଲ ଙ୍କ ତତ୍ତ୍ଵାବଧାନରେ ଏହି ବୈଠକଟି ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କୋକସରା ବ୍ଲକର କୋଣ ଅନୁକୋଣରୁ ବହୁ ସଂଖ୍ୟାରେ ଚିତ୍ରଶିଳ୍ପୀ,ରଙ୍ଗତୁଳି କଳାକାର, ମୂର୍ତ୍ତିକାର କାରିଗର ଆଦି ଯୋଗଦାନ କରିଥିଲେ। ସଭାକାର୍ଯ୍ୟକୁ ବ୍ଲକ ଚିତ୍ରଶିଳ୍ପୀ ଅନୁଷ୍ଠାନର ପୂର୍ବ ସଭାପତି ଯୋଗୀନ୍ଦ୍ର ନାଏକ ସଭାପତିତ୍ବ କରିଥିଲେ। ଅନୁଷ୍ଠିତ ବୈଠକରେ ଚିତ୍ରଶିଳ୍ପୀ ସୁଶିଲ ନାଏକ, ହରିହର ପଟେଲ, ଶିଶିର ପାତ୍ର, ସାଧୁରାମ ପଟେଲ, ନବିନ କୁମାର ପାଟ୍ଟଯୋଶୀ, ହୃଷିକେଶ ରାଉତ, କ୍ଷୀରସିନ୍ଧୁ ସାହୁ, ଭିକାରୀ ମାଝୀ, ଗଣପତି ମାଝୀ, ପୁରନ୍ଦର ଧଙ୍ଗଡା ମାଝୀ, ଚିତ୍ରସେନ ଶବର,ଗୋବିନ୍ଦ ପୁଝାରୀ, ପୁସ୍ତମ ରାଉତ, ଭୀମସେନ ଶବର,ଗଜିନ୍ଦ୍ର ନାଗ ସମେତ ଅନେକ ଚିତ୍ରଶିଳ୍ପୀ ଓ ମୂର୍ତ୍ତି କାରିଗର ଉପସ୍ଥିତ ରହି ସଂଘର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପନ୍ଥା ଉପରେ ବିଚାର ଆଲୋଚନା କରିଥିଲେ। ପୁଣି ଆଗାମୀ ଦିନରେ ସଂଘକୁ ସ୍ଥାୟୀ ଏବଂ ମଜବୁତ ଭାବରେ ଗଢ଼ି ତୋଳିବା ପାଇଁ ସଂଘ ପକ୍ଷରୁ ଦୃଢ଼ ସଂକଳ୍ପ ନିଆଯାଇଛି। ତେବେ ଖୁବ୍ ଶୀଘ୍ର ସଂଘର ନୂତନ କର୍ମକର୍ତ୍ତା ଓ ପରିଚାଳନା କମିଟି ଚୟନ କରାଯିବା ନେଇ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। କାର୍ଯ୍ୟକ୍ରମକୁ ଶିଶିର ପାତ୍ର ପରିଚାଳନା କରିଥିବା ବେଳେ ଚିତ୍ରଶିଳ୍ପୀ ସଂଘର ବରିଷ୍ଠ ଶିଳ୍ପୀ ଯୋଗୀନ୍ଦ୍ର ନାଏକ ଧନ୍ୟବାଦ ଜ୍ଞାପନ କରିଥିଲେ।
