*ବଳପୂର୍ବକ କାର୍ଯ୍ୟାନୁଷ୍ଠାନ ନନେବାକୁ
ଟାଟା l
*ଟାଟାଷ୍ଟିଲ ଫାଉଣ୍ଡେସନ, ଆସ୍ପାୟାରକୁ ଚିଠି l
ଯାଜପୁର କଳିଙ୍ଗନଗର ଭଞ୍ଜଦୁତ ବ୍ୟୁର : ବଳପୂର୍ବକ କାର୍ଯ୍ୟାନୁଷ୍ଠାନ ନନେବାକୁ ଟାଟା, ଟାଟାଷ୍ଟିଲ ଫାଉଣ୍ଡେସନ, ଆସ୍ପାୟାରକୁ ଚିଠି l
ତ୍ରିପାକ୍ଷିକ ଆଲୋଚନା ବୈଠକ ପୂର୍ବରୁ କୌଣସି ଆସ୍ପାୟାର କର୍ମଚାରିଙ୍କ ବିରୁଦ୍ଧରେ ଭୟ ଦେଖାଇ, ବଳପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ସହ ତ୍ରିପାକ୍ଷିକ ସମାଧାନ ବୈଠକରେ ଯୋଗଦେବାକୁ ଟାଟାଷ୍ଟିଲ, ଟାଟା ଷ୍ଟିଲ ଫାଉଣ୍ଡେସନ, ଆସ୍ପାୟାର ଏନଜିଓକୁ କଳିଙ୍ଗନଗର ଏଡିଏମଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠି ଲେଖାଯାଇଥିବା ସୂଚନା ହସ୍ତଗତ ହୋଇଛି। ସୂଚନା ଯୋଗ୍ୟ ଯାଜପୁର ଜିଲ୍ଲା କଳିଙ୍ଗନଗର ର ଛାତି ଉପରେ ଟାଟା ଷ୍ଟିଲ କାରଖାନା ସ୍ଥାପନା କରିଛି। ଲୋକେ ଧୂଆଁ ଧୂଳି ର ବିଷାକ୍ତ ପରିଵେଶରେ ଛଟପଟ ହେଉଥିବା ବେଳେ ସ୍ଥାନୀୟ ନିଯୁକ୍ତି କ୍ଷେତ୍ରରେ ଟାଟା ଆଖିବୁଜିଦେଇ ପାରିପାର୍ଶ୍ଵିକ ଉନ୍ନତି ବଦ୍ଧ ପରିକର କହି ଆସ୍ପାୟାର ସଂସ୍ଥାକୁ ନିୟୋଜିତ କରିଛି। କିନ୍ତୁ ଆସ୍ପାୟାର ସୁକିନ୍ଦା ଦାନଗଦୀ ମାଟିର ଏକାଧିକ କାର୍ଯ୍ୟରତ ଯୁବକ ଯୁବତିଙ୍କୁ ଛଟେଇ କରିଦେଇଛି। ଏବଂ କାର୍ଯ୍ୟରତ କର୍ମଚାରି ଙ୍କ ମାସିକ ଦରମାରୁ ହଜାର ହଜାର ଟଙ୍କା କାଟିଦେଇ କାର୍ଯ୍ୟ କରାଉଛି।ଏବଂ ପ୍ରତିବାଦ କଲେ ଭୟ ପ୍ରଦର୍ଶନ କରି କର୍ମଚାରି ମାନଙ୍କ ମୋତବ୍ୟକ୍ତ କରିବାର ଅଧିକାରକୁ ଛଡେଇ ନେଉଛି। ଛଟେଇ ପ୍ରସଙ୍ଗ ରେ ଗବରଘାଟି ସରପଞ୍ଚ ଙ୍କ ନେତୃତ୍ୱରେ ଏକାଧିକ ସରପଞ୍ଚ ଶିଶୁ ଅଧିକାର ମଞ୍ଚ ପକ୍ଷରୁ ଦିଆଯାଇଥିବା ଅଭିଯୋଗର ରିପୋର୍ଟ ତୋଲବ କରାଯାଇଛି। ଏପଟେ ତଦନ୍ତ ଚାଲୁଥିବା ବେଳେ ଆସ୍ପାୟାର ଘସିପୁରା ବ୍ଲକ କୋରଡିନେଟର ସୁଦର୍ଶନ ପ୍ରଧାନ ଙ୍କୁ ସୁକିନ୍ଦା ଅଞ୍ଚଳକୁ ଆଣି ନିଜ କର୍ମଚାରି ଙ୍କୁ ଲଗାଇ କର୍ମଚାରି ମାନଙ୍କୁ ଭୟ ପ୍ରଦର୍ଶନ କରିବା ଘଟଣାରେ ଛଟେଇ କର୍ମଚାରି ସିଭିଲ ସୋସାଇଟି ଯାଜପୁର ପକ୍ଷରୁ ଏଡିଏମଙ୍କ ସହ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ାଯିବା ପରେ କଳିଙ୍ଗନଗର ଏଡିଏମ ସପନ କୁମାର ନନ୍ଦ ଚିଠି ସଂଖ୍ୟା 3323ରେ ଏମଏସ ଚିଫ କର୍ପୋରେଟ ସର୍ଭିସେସ ଟାଟା ଷ୍ଟିଲ କଳିଙ୍ଗନଗର, ଟାଟା ଷ୍ଟିଲ ଫାଉଣ୍ଡେସନ ଓ ଆସ୍ପାୟାର କଳିଙ୍ଗନଗରଙ୍କୁ ଚିଠି ଲେଖି ତ୍ରିପାକ୍ଷିକ ସମାଧାନ ବୈଠକ ରେ ଯୋଗ ଦେବାକୁ ଉଲ୍ଲେଖ କରି ଆସ୍ପାୟାର କର୍ମଚାରି ଙ୍କ ଉପରେ ଭୟ ବଳପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି । ଏବଂ ଏହାର କପି ଶ୍ରମ ଅଧିକାରୀ ଯାଜପୁରରୋଡ଼ ସିଭିଲ ସୋସାଇଟି ଯାଜପୁର ର ସମ୍ପାଦକ ବିଶ୍ୱନାଥ ପାତ୍ର ଓ ଅଭିଯୋଗକାରୀ ଙ୍କୁ କପି ପ୍ରଦାନ କରିଥିବା ଜଣାପଡିଛି।
