ଆଗରପଡ଼ାରେ ମାଉସୀମା ମନ୍ଦିରରେ ହେରାପଞ୍ଚମୀ,ଶ୍ରଦ୍ଧାଳୁଙ୍କ ଭିଡ଼
ବନ୍ତ /ଆଗରପଡ଼ା,(ନିପ୍ର) ପବିତ୍ର ହେରାପଞ୍ଚମୀ ଉତ୍ସବ ଅପୂର୍ବ ଧାର୍ମିକ ଭାବନା ମଧ୍ୟରେ ଆଗରପଡ଼ା ମାଉସୀମା ମନ୍ଦିରରେ ସଂପନ୍ନ ହୋଇଯାଇଛି। ବିଧି ଅନୁଯାୟୀ ଶ୍ରୀମନ୍ଦିରରୁ ମାଆ ଶ୍ରୀଲକ୍ଷ୍ମୀ ବାହାରି ଜଗନ୍ନାଥଙ୍କ ଉପରେ ରୋଷ କରି ଶ୍ରୀଜଗନ୍ନାଥଙ୍କ ରଥ ଭାଙ୍ଗି ପୁଣି ଶ୍ରୀମନ୍ଦିରକୁ ଫେରି ଆସିଥିଲେ । ଏହି ଦୃଶ୍ୟକୁ ବହୁ ଶ୍ରଦ୍ଧାଳୁ ଦର୍ଶନ କରି ମାଙ୍କ କୃପା ଲାଭ କରିଥିଲେ । ଠାକୁର ରାଜା ତଥା ସୁପ୍ରିମକୋର୍ଟ ଆଡ଼ଭୋକେଟ ଜଗତମୋହନ ସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶ୍ରୀମତୀ ମପ୍ରମିଳା ମହାରଣା, ଅନିରୁଦ୍ଧ ସିଂହ, ଆଦିତ୍ୟ ସିଂହ, ଶରତ ସିଂହ,ଟିକନ ବେହେରା, ଜ୍ୟୋତିରଂଜନ ପ୍ରଧାନ, ସାମ୍ବାଦିକଅକ୍ଷୟ ସିଂହ , ସାମ୍ବାଦିକ ମାର୍କଣ୍ଡ ଧାତା , ସାମ୍ବାଦିକ ବାବୁ ରାମ , ଶ୍ୟାମସୁନ୍ଦର ଦାସ, ବେହେରା ପ୍ରମୁଖ ମାଆ ଲକ୍ଷ୍ମୀଙ୍କ ସହ ଉପସ୍ଥିତ ଥିବାବେଳେ ମାଉସୀମା ମନ୍ଦିର ପକ୍ଷରୁ ଅପୂର୍ବ ବେହେରା, ନୃସିଂହ ପୁହାଣ, ବାଇଧର ସିଂହ, ସଂଗ୍ରାମ କେଶରୀ ସାମନ୍ତରାୟ , ଜ୍ଞାନିଚାନ୍ଦ ଗୁପ୍ତା, ବିଷ୍ଣୁ ଗୁପ୍ତା, ସୋମଦତ ଗୁପ୍ତା ପ୍ରମୁଖ ପରିଚାଳନା କରିଥିଲେ । ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା ।
