) :
ରା. ଉଦୟଗିରି / ଗଜପତି (ଟିକି ଲିମା) : ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ କେ. ଏମ ଭାଲିଆସାହି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ୯୭ ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ଗୋପବନ୍ଧୁ ସ୍ମାରକ ବକୃତା ତଥା ଓଜସ୍ବିନୀ ଓଡିଶା ପ୍ରତିଯୋଗୀତା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରହଲ୍ଲାଦ ଶିଅଳ ଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା l ରା. ଉଦୟଗିରି ବ୍ଲକ ସମାଜ ଖବରଦାତା ମିହିର ପ୍ରସାଦ ମାଳୀ ଓ ରାମଗିରି ସମ୍ବାଦ ଦାତା ଏ. ପ୍ରଦୀପ କୁମାର ସ୍ୱାମୀ ଙ୍କ ତତ୍ୱାବଧାନ ରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ଦଳବେହେରାଙ୍କ ସହଯୋଗରେ ରା. ଉଦୟଗିରି ବ୍ଲକର ଆଠ ଗୋଟି ଉଚ୍ଚ ବିଦ୍ୟାଳୟ ର ୧୬ ଜଣ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବକୃତା ପ୍ରତିଯୋଗିତା ହୋଇଥିଲା lକାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ସର୍ବ ପ୍ରଥମେ ବିଦ୍ୟାଳୟ ପରିସରରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା l ମୁଖ୍ୟ ଅତିଥିଭାବେ ରା. ଉଦୟଗିରି ବ୍ଲକ ପୂର୍ବତନ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଯୁଧିଷ୍ଠିର ବେହେରା , ବିଚାରକ ମଣ୍ଡଳୀ ଭାବେ ମୋହନା ବ୍ଲକ ଚାନ୍ଦିପୁଟ ଇନ୍ଦିରା ମେମୋରିଆଲ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ନାରାୟଣ ବଳିଆରସିଂ , ଟିକାମାଳ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ରାମଗିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହ ଶିକ୍ଷକ ବାଲାଜୀ ପରିଛା ଆସନ ଅଳଙ୍କୃତ କରିଥିଲେ l ପ୍ରତିଯୋଗିତା ରେ ଭାଗ ନେଇଥିବା ୧୬ ଜଣ ପ୍ରତିଯୋଗୀଙ୍କ ମାଧ୍ୟରୁ ଛେଳିଗଡ଼ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଅନନ୍ୟା ଷଡ଼ଙ୍ଗୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସେହି ଓଡିଶା ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ପ୍ରତିଭା ପ୍ରିୟଦର୍ଶିନୀ ମିଶ୍ର ଦ୍ବିତୀୟ ଏବଂ ଛେଳିଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ କଣ୍ଢେଇ ରାଣୀ ଅଧିକାରୀ ତୃତୀୟ ସ୍ଥାନ ଅଧିକାର କରିଥଋଲେ। ସମାଜ ଖବର କାଗଜ ତରଫରୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ଭାବେ ଟ୍ରଫି ,ମାନପତ୍ର ଓ ଅର୍ଥରାଶି ପ୍ରଦାନ କରାଗଲା ।
