କଣିହାଁ ଜଙ୍ଗଲରୁ ଛୁଆ ହାତୀର ଗଳିତ ମୃତ ଦେହ ମିଳିଥିଲା
ଅନୁଗୋଳ ଜିଲ୍ଲା ତାଳଚେର ବନଖଣ୍ଡ ଅଧିନ କଣିହାଁ ଅଞ୍ଚଳ ର ସିପୂର ସେକ୍ସ୍ନ ଅନ୍ତର୍ଗତ କର୍ଣ୍ଣ ପାଳ ରଙ୍ଗିଆ ମୁଣ୍ଡା ଜଙ୍ଗଲରୁ ଏକ ବର୍ଷ ବୟସର ଏକ ଅଣ୍ଡିରା ଛୁଆ ହାତୀର ଗଳୀତ ମୃତ ଦେହ ଠାବ କରାଯାଇଛି।
ଏହି ଘଟଣା ବନ୍ୟଜନ୍ତୁ ସୁରକ୍ଷାକୁ ନେଇ ପୁଣି ଥରେ ଚିନ୍ତା ବଢ଼।ଛି । ଜଙ୍ଗଲ ମଧ୍ୟରେ ଛୁଆ ହାତୀର ମୃତ ଦେହ ପଡିଥିବା ଦେଖି ସ୍ଥାନୀୟ ଲୋକମାନେ ବନ ବିଭାଗକୁ ସୂଚନା ଦେଇ ଥିଲେ । ଖବର ପାଇ ସିପୁର ସେକ୍ସ୍ନ ବନ କର୍ମ ଚାରୀ ଓ ଅଧିକାରୀ ମାନେ ଘଟଣାସ୍ଥଳରେ ପହିଞ୍ଛି ମୃତ ଦେହକୁ ଜବତ୍ କରି ତଦନ୍ତ ଆରମ୍ଭ କରିଛନ୍ତି । ପ୍ରାଥମିକ ତଦନ୍ତରେ ମୃତ୍ୟୁର ସଠିକ କରଣ ଜଣା ପଡ଼ିନାହିଁ ।ହାତୀଟି କୌଣସି ରୋଗରେ ଆକ୍ରାନ୍ତ ଥିଲା କି , ଦୃଘଣ।ର ଶିକାର ହୋଇ ଥିଲା କିମ୍ୱା ଅନ୍ୟ କୌଣସି କାରଣରୁ ମୃତ୍ୟୁ ଘଟିଛି । ସେ ନେଇ ବନ ବିଭାଗ ବିଭିନ୍ନ ତଦନ୍ତ ଚଳାଇଛି। ମୃତ ଦେହରବ୍ୟବ ଛେଦ କରାଯିବା ସହ ଆବଶ୍ୟକ ନମୁନା ସଂଗ୍ରହ କରାଯାଇଛି । ବ୍ୟବଛେଦ ରିପୋର୍ଟ ଆସିବା ପରେ ଛୁଆ ହାତୀର ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତାଳଚେରରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
