” *ଗିରିବର ଗିରିଧାରୀ ଆଶ୍ରମ ଝାରଦା ରେ ଗଣେଶ ମନ୍ଦିର ପ୍ରତିଷ୍ଠା ଉତ୍ସବ
* ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )
ଗଁଦିଆ ତା ୧୮.୭ .୨୦୨୬
ଓଡ଼ିଆ ଅସ୍ମିତା ଓଡ଼ିଆ ସଂସ୍କୃତି ଓଡ଼ିଆ ପରମ୍ପରା ରେ ବାର ମାସରେ ତେର ପର୍ବ ପାଳିତ ହୁଏ।ଏକ ଭକ୍ତିମୟ ପରିବେଶ ରେ ଗଁଦିଆ ବ୍ଳକ ଷଡ଼ଙ୍ଗୀ ଗ୍ରାମ ପଞ୍ଚାୟତ ର ଝାରଦା ଗ୍ରାମ ର ପବିତ୍ର ଗିରିବର ଗିରିଧାରୀ ଆଶ୍ରମ ରେ ଅନେକ ଦେବ ଦେବୀ ଙ୍କୁ ପୂଜା କରାଯାଏ। ଗ୍ରାମ ବାସୀ ଙ୍କ ସକ୍ରିୟ ସହଯୋଗ ଆଶ୍ରମ ର ପ୍ରତିଷ୍ଠିତ ସାଧୁ ଶିବ ପ୍ରସାଦ ଦାଶ ଙ୍କ ଅକ୍ଳାନ୍ତ ଉଦ୍ୟମ ଫଳବତୀ ହେବାକୁ ଯାଉଅଛି। ସାଧୁ ଶ୍ରୀମଦ୍ ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜୁଲାଇ ମାସ ଅଠର ତାରିଖ ଠାରୁ କୋଡ଼ିଏ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଜଜ୍ଞ କାର୍ଯ୍ୟକ୍ରମ , ସୂର୍ଯ୍ୟ ପୂଜା, ସମସ୍ତ ଦେବ ଦେବୀ ଙ୍କ ପୂଜା ପାଇଁ ଏକ ଶହ ଆଠ କଳସ ଶୋଭା ଯାତ୍ରା ଗିରିବର ଗିରିଧାରୀ ଆଶ୍ରମ ଠାରୁ ବାହାରି ଝାରଦା, ଷଡ଼ଙ୍ଗୀ ଗ୍ରାମ ପରିକ୍ରମା କରି ଧନିଆନାଳୀ ଯୋର ରେ ନୈଷ୍ଠିକ ବ୍ରାହ୍ମଣ ମାନଙ୍କ ଦ୍ଵାରା ପୂଜା ପାଠ କରାଯାଇ ବିଭିନ୍ନ ବାଦ୍ୟ ହରିବୋଲ ହୁଳହୁଳି ଶଙ୍ଖ ନାଦ ମଧ୍ୟରେ ଆଶ୍ରମ ପରିସରକୁ ଆସି ପୂଜା ପାଠ ଆରମ୍ଭ କରାଯାଇଥିଲା। କର୍ତ୍ତା ଭାବେ ଅସିତ୍ କୁମାର ନାୟକ ଓ ତାଙ୍କ ସହଧର୍ମିଣୀ ରିଙ୍କି କାର୍ଯ୍ୟ ସମ୍ପାଦନ କରିଥିଲେ। ସୂର୍ଯ୍ୟ ପୂଜା , ସହିତ ବିଭିନ୍ନ ପୂଜା କରାଯାଇ ଜଜ୍ଞ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।ଏହା ତିନି ଦିନ ଧରି ଚାଲିବ ବୋଲି ଆଶ୍ରମ ତରଫରୁ ଜଣା ଯାଇଅଛି। କୋଡ଼ିଏ ତାରିଖ ଦିନ ପୂର୍ଣ୍ଣାହୁତି ଦିଆଯାଇ ବିଗ୍ରହ ପ୍ରତିଷ୍ଠା ହେବ ବୋଲି ଆଶ୍ରମ ତରଫରୁ ଜଣା ଯାଇଅଛି। ଏହି କାର୍ଯ୍ୟକ୍ରମ ରେ ସମସ୍ତ ଶ୍ରଦ୍ଧାଳୁ ଯୋଗ ଦେଇ ମନ୍ଦିର ପ୍ରତିଷ୍ଠା କୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ସାଧୁ ଶ୍ରୀମଦ୍ ଦାଶ ଜଣାଇଛନ୍ତି।
