ଆଗରପଡ଼ା ପୋଲିସର ସଫଳତା, ବ୍ରାଉନସୁଗାର ଜବତ୍, ମାଫିଆ ଗିରଫ
ବନ୍ତ /ଆଗରପଡ଼ା,(ନିପ୍ର) ଆଗରପଡ଼ା ପୋଲିସକୁ ବଡ଼ ସଫଳତା ମିଳିଛି । ଥାନାଧିକାରୀ ରାଜେଶ ସେଠୀଙ୍କ ଉଦ୍ୟମ ଯୋଗୁଁ ପ୍ରଥମଥର ପାଇଁ ଏହି ଅଞ୍ଚଳରେ ବ୍ରାଉନସୁଗାର ଜବତ୍ ହେବା ସହ ଏଥିରେ ସଂପୃକ୍ତ ମାଫିଆ ଗିରଫ ହୋଇଛି । ଥାନା ସୂତ୍ରରୁ ଜଣାପଡ଼ିଛି, ଆଗରପଡ଼ା କଲେଜ ନିକଟରେ ବ୍ରାଉନସୁଗାର ବିକ୍ରୀ ହେଉଛି ବୋଲି କୌଣସି ସୂତ୍ରରୁ ଥାନାଧିକାରୀଙ୍କୁ ଖବର ମିଳିଥିଲା । ସେ ପୋଲିସ କର୍ମଚାରୀଙ୍କ ସହ ସନ୍ଦୀଗ୍ଧ ସ୍ଥାନକୁ ଯାଇ ପ୍ରଥମେ ଚାରିପଟୁ ଘେରାବନ୍ଦୀ କରିଥିଲେ । ଏହା ଜାଣିପାରି ବ୍ରାଉନସୁଗାର ମାଫିଆ ଜାଣିପାରି ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ଥାନାଧିକାରୀ ତାକୁ ମାଡ଼ିବସି କାବୁ କରିଥିଲେ । ପରେ ଥାନାକୁ ଆଣି ପଚରାଉଚୁରା କରିଥିଲେ ।ତହସିଲଦାର ତଥା ମାଜିଷ୍ଟ୍ରେଟ ସାରା ହେମ୍ବ୍ରମ, ବନ୍ତ ଥାନାଧିକାରୀ ସୁପ୍ରକାଶ ମହାନ୍ତିଙ୍କ ଉପସ୍ଥିତରେ ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳରେ ସିନ ରିକ୍ରେସନ ଆଗରପଡ଼ା ଥାନାଧିକାରୀ ଓ ଏସଆଇ ଇଭାରାଣୀ ପରିଡ଼ା କରିଥିଲେ । ଥାନା କେସ ନଂ_୧୬୦/୨୬,୨୧ ବି ୨୯ ଏନଟିପିସିରେ ପୋଲିସ ମାମଲା ରୁଜ୍ଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଅଭିଯୁକ୍ତ ଜଣକ ଆଗରପଡ଼ା ବଜାର ସନ୍ନିକଟ ଭବାନୀଗଂଜ ଗ୍ରାମର ରାଜେନ୍ଦ୍ର ସେନାପତି ଓରଫ ରାଜୁ(୪୨) ଓ ତା ନିକଟରୁ ୧୧ ଗ୍ରାମ ୬୦ ମିଲିଗ୍ରାମ ବ୍ରାଭନସୁଗାର, ଗୋଟିଏ ମୋବାଇଲ ଜବତ୍ ହୋଇଥବାର ଜଣାପଡ଼ିଛି। ଜବତ ବ୍ରାଉନସୁଗାର ମୂଲ୍ୟ ପ୍ରାୟ ୧ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।ରାଜୁ ଅତି ଚତୁରତାର ସହିତ ବ୍ରାଉନସୁଗାର ଆଣି ବିଶେଷ କରି ଯୁବକ ମାନଙ୍କୁ ସେମାନଙ୍କୁ ସେମାନଙ୍କ ଘରେ ଦେଇ ପ୍ରଥମେ ଏହି ନିଶାରେ ଅଭ୍ୟସ୍ତ କରୁଥିଲା ଓ ଦୀର୍ଘଦିନ ହେବ ପୋଲିସ ଆଖିରେ ଧୂଳି ଦେଇ ଏହି ଏହି ବେପାର ଚଲାଇ ଆସୁଥିଲା ବୋଲି ପୋଲିସ ଜାଣିବାକୁ ପାଇଛି ।
