ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଉମରକୋଟ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉମରକୋଟ ଥାନା ଅଧିକାରୀ ଶ୍ରୀ ଯୁଗଳ ଶବର.ସନମାନନୀୟ ଅତିଥି ଭାବେ ବରିଷ୍ଠ ଆଇନଜୀବି ଶ୍ରୀ ପ୍ରଶାନ୍ତ କୁମାର ସାହୁ, ପ୍ରତିଷ୍ଠିତ ସମାଜ ସେବୀ ଶ୍ରୀ ମୋନଜ କୁମାର ପାତ୍ର , ଉମରକୋଟ ପ୍ରତିନିଧି ଶ୍ରୀ ଦେବି ପ୍ରସାଦ ବେହେରା, ବନପାଳ ଶ୍ରୀ ଅକୁଳ ବୈରାଗୀ, ଉମରକୋଟ ବିଦ୍ୟୁତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସ୍ୱରୂପ ପାତ୍ର,ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟ କ୍ରମରେ ସଭାପତି ଭାବରେ ଅନୁଷ୍ଠାନର ଅଧକ୍ଷ ଶ୍ରୀ ସଞ୍ଜୟ କୁମାର ଠାକୁର ଏବଂ ଉପସଭାପତି ଭାବରେ ଶ୍ରୀ ପ୍ରଦୀପ କୁମାର ବୋରମନ ଯୋଗ ଦେଇ ଥିଲେ । ଅନୁଷ୍ଠାନର ସହକାରୀ ତାଲିମ ଅଧିକାରୀ ଶ୍ରୀ ବାବୁ କୁମାର ଦଲାଇ ଏବଂ ବରିଷ୍ଠ ପ୍ରଶିକ୍ଷକ ଶ୍ରୀ ସୌରଭ ମିଶ୍ର ମଞ୍ଚ ପରିଚାଳନା କରିବା ସହିତ ଯୁବ ସମାଜକୁ ବୃକ୍ଷରୋପଣର ଉପକାରିତା ସମନ୍ଧରେ ଆଲକୋପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ର ଛାତ୍ରୀ ବୃକ୍ଷ ରପଣ କାର୍ଯ୍ୟରେ ଯୋଗ ଦେଇଥିଲେ ଅନୁଷ୍ଠାନର କାର୍ଯ୍ୟକର୍ତା ଶ୍ରୀ ପ୍ରଦୋଶ କୁମାର ମୋହାପାତ୍ର, ଶ୍ରୀ ସିଂରାଇ ମୁର୍ମୁ , ଶ୍ରୀ ଆଶିଷ କୁମାର ନାଇକ, ଶ୍ରୀ ଜାନୁରମ ସୋରେନ, ଦୀପକ ସାମନ୍ତ, ଭୁବନେଶ୍ୱରୀ ନାୟକ, ସୁଦାମ ବେଶ୍ରା, ସୁଦିପ ସୋରିଙ୍ଗ,ଶ୍ରୀମତୀ ସଞ୍ଜୁକ୍ତା ଡାକୁଆ, ଶ୍ରୀ ବାଲାଜୀ ବେହେରା, ଶ୍ରୀ କିଶୋର ଚନ୍ଦ୍ର ମାଝି, ଶ୍ରୀ ଟଙ୍କଧର ଖମାରି ଏବଂ ଅନ୍ୟମାନେ ସହୋଯଗ କରିଥିଲେ ।ଏହି ବାବଦରେ 100ରୁ ଅଧିକ ବୃକ୍ଷ ଚାରା ରପଣ କରାଯାଇଥିଲା ଏବଂ ପରିବେଶ ସୁରକ୍ଷା ଜୀବନ ରକ୍ଷା କରିବା ପାଇଁ ସମସ୍ତେ ଶପଥ ପାଠ କରିଥିଲେ ।
