ଶ୍ରୀ ଜଗନ୍ନାଥ ସେବାସମିତିର ନୂତନ ରଥଯାତ୍ରା ।
ଲାଞ୍ଜିଗଡ ( ନି:ପ୍ର ଭଞଦୂତ )(ଈଶ୍ବର ଚନ୍ଦ୍ର ନାୟକ) – କଳାହାଣ୍ଡି ଜିଲ୍ଲାର ବିଶ୍ଵନାଥପୁର ଏବର୍ଷ ପ୍ରଭୁ ଜଗତର ନାଥ ଜଗନ୍ନାଥ ,ସୁଭଦ୍ରା , ବଳଭଦ୍ର ତ୍ରିମୂର୍ତ୍ତିଙ୍କର ନୂତନ ଭାବରେ ଆଗମନକୁ ଏ ଅଞ୍ଚଳ ବାସି ମହାସମାରୋହ ଓ ଉଦ୍ଦୀପନା ସହ ଭକ୍ତିପୂତ ଭାବରେ ସ୍ୱାଗତ କରିଛନ୍ତି ।
ବିଶ୍ଵନାଥପୁରର ଶିବରାତ୍ରି , ଦୋଳଯାତ୍ରା ଓ ଧନୁଯାତ୍ରା ଏ ଅଞ୍ଚଳ ବାସୀଙ୍କ ମନରେ ଧର୍ମଭାବନା ଓ ସତ୍ ଭାବନାକୁ ବଜାୟ ରଖିଛି।
ଏବର୍ଷ ଏ ଅଞ୍ଚଳର ଭାଇଚାରା ଏତେ ପ୍ରବଳ ଯେ ରଥଯାତ୍ରା ଦେଖିଲେ ଅନୁଭବ କରି ପାରିବେ ।ଜଗନ୍ନାଥଙ୍କ ନୂତନ ଦେଉଳ ନିର୍ମାଣାଧୀନ କାର୍ଯ୍ୟ ଆଗେଇ ଚାଲିଛି ହେଲେ ମଧ୍ଯ ଶ୍ରୀଜଗନ୍ନାଥ ସମିତି , ବିଶ୍ଵନାଥପୁର ଏବର୍ଷ ସୁଦୀର୍ଘ ୩୮ଫୁଟ ବିଶିଷ୍ଟ ରଥ , ବାହାରୁ କାରିଗର ଆଣି ନିର୍ମାଣ କରିଥିଲେ ।
ଶ୍ରୀ ମନ୍ଦିର ପରି ମଙ୍ଗଳ ଆଳତୀ ପରେ ସୁଦର୍ଶନଙ୍କ ସହିତ ତିନି ଠାକୁରଙ୍କର ପହଣ୍ଡି ବିଜେ ପରେ ହଜାର ହଜାର ଶ୍ରଦ୍ଧାଳୁ ଘୋଷଯାତ୍ରାରେ ସାମିଲ ହୋଇ ପ୍ରଭୁଙ୍କ କୃପାଲାଭ କରିଥିଲେ ।
