*ପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ଘୋଷଯାତ୍ରା ଦ୍ୱାରା ବୁଲିବାକୁ ଗଲେ ଝାରଦା ଗ୍ରାମର ଗୁଣ୍ଡିଚା ମନ୍ଦିରକୁ* ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )
ଗଁଦିଆ ତା ୧୭.୭.୨୦୨୬
ଗଁଦିଆ ବ୍ଳକ ସର୍ବ ପୁରାତନ ମନ୍ଦିର ଗିରିବର ଗିରିଧାରୀ ଆଶ୍ରମ ରୁ ଗତ କାଲି ଶ୍ରୀ ଗୁଣ୍ଡିଚା ଯାତ୍ରା ରେ ରଥାରୁଢ଼ ହୋଇ ପ୍ରଭୁ ଶ୍ରୀ ଜଗନ୍ନାଥ. ଶ୍ରୀବଳଭଦ୍ର ଦେବୀ ସୁଭଦ୍ରା ଓ ପ୍ରଭୁ ସୁଦର୍ଶନ ଗ୍ରାମ ପରିକ୍ରମା କରି ଗୁଣ୍ଡିଚା ମନ୍ଦିର ରେ ଅପରାହ୍ନ ପାଞ୍ଚଟା ତିରିଶି ମିନିଟ୍ ରେ ପହଞ୍ଚିଥିଲେ। ଆଷାଢ଼ ମାସର ଶୁକ୍ଳ ପକ୍ଷ ତୃତୀୟ ତିଥିରେ ସହସ୍ରାଧିକ ଭକ୍ତ ଙ୍କ ଉପସ୍ଥିତି ରେ ଗିରିବର ଗିରିଧାରୀ ଆଶ୍ରମ ଙ୍କ ସାଧୁଙ୍କ ଦ୍ବାରା ପୂଜା ବିଧି କରାଯାଇ ମାଉସୀ ମା ଙ୍କ ଦ୍ଵାରା ପ୍ରସ୍ତୁତ ସୁସ୍ବାଦୁ ପୋଡ଼ ପିଠା, ନଡ଼ିଆ, ପଣସ, ଆମ୍ବ, କଦଳୀ, ସେଓ, ଅଙ୍ଗୁର, ସପୁରୀ, ପିଜୁଳି ଫଳ ସହିତ ଉଖୁଡା ଭୋଗ କରଯାଇ ଘଣ୍ଟ ନାଦ ହରିବୋଲ ହୁଳହୁଳି ନାଦ ରେ ପ୍ରଭୁ ଙ୍କୁ ଗୁଣ୍ଡିଚା ମନ୍ଦିର ରେ ପ୍ରବେଶ କରାଯାଇଅଛି। ସନ୍ଧ୍ୟା ଆଳତି ରେ ମାଉସୀ ମା ମନ୍ଦିର ରେ ପ୍ରଭୁ ଙ୍କ ଦର୍ଶନ ଲାଭ କରାଯାଇଅଛି। ରାତି ରେ ସ୍ଥାନୀୟ କଳାକାର ଙ୍କ ଦ୍ଵାରା ଭଜନ ପରିବେଷଣ ହୋଇଅଛି।
