ଶୂନ୍ୟ ମାଧବ ଜିଉଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା।
__________________
ସାରସକଣା(୧୭/୭/୨୬):(ନି.ପ୍ର): ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ। ସିଂହ ଦ୍ବାର ସାମ୍ନାରେ ପ୍ରସ୍ତୁତ ହୋଇ ରହିଛନ୍ତି ରଥ । କେବଳ ଅପେକ୍ଷା ମହାପ୍ରଭୁଙ୍କ ଆଗମନକୁ । ଭଗବାନଙ୍କ ପାଇଁ ଭାବ ବିହ୍ବଳ ଭକ୍ତ ମନ । ରଥଯାତ୍ରା ଦେଖିବାକୁ ଭକ୍ତଙ୍କ ଜନସମୁଦ୍ରରେ ପରିଣତ ହୋଇଛି ଶୀର୍ଷା କ୍ଷେତ୍ର ବଡ଼ଦାଣ୍ଡ । ଭଗବାନଙ୍କ ପାଇଁ ଭାବବିହ୍ବଳ ଭକ୍ତ ମନ ।
୩୦ ହଜାରରୁ ଉର୍ଦ୍ଧ୍ୱ ଭକ୍ତଙ୍କ ସମାଗମରେ ଶିର୍ଷା ରଥଯାତ୍ରା ।ପ୍ରତିବର୍ଷ ପରି ଚଳିତବର୍ଷ ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ୍ ଅଧିନସ୍ଥ ଶିର୍ଷା ଠାରେ ଥିବା ବହୁ ପୁରାତନ ଶ୍ରୀ ଶ୍ରୀ ଶୂନ ମାଧବ ଜିଉଙ୍କ ୩୩ତମ ଶ୍ରୀଗୁଣ୍ଡିଚା ଯାତ ଗତକାଲି ୧୬ ତାରିଖ ଗୁରୁବାର ଆଷାଢ଼ ଦ୍ଵିତୀୟା ତିଥିରେ ହଜାର ହଜାର ଭକ୍ତଙ୍କ ଗ୍ରହଣରେ ସମାପନ ହୋଇଯାଇଛି । ଗତକାଲି ସକାଳେ ବ୍ରାହ୍ମଣ ମାନଙ୍କ ଦ୍ୱାରା ୩ ଦିଅଁଙ୍କୁ ଦେଉଳର ରତ୍ନ ବେଦିରେ ପୁରୀ ଶ୍ରୀକ୍ଷେତ୍ର ନିୟମାନୁଯାୟୀ ଯଥା ବିଧିରୀତି ଅନୁଯାୟୀ ପୂଜା ଅର୍ଚ୍ଚନା କରଯାଇଥିଲା। ପରେ ଠାକୁରଙ୍କ ନିକଟରେ ଅନ୍ନ ପ୍ରସାଦ ଅର୍ପଣ ହୋଇଥିଲା । ଏହା ପରେ ପୂଜକ ଦିଲ୍ଲୀପ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ବିପ୍ରଚରଣ ସାହୁଙ୍କ ଦ୍ୱାରା ରଥରେ ଛେରା ପହଁରା ନୀତି କରାଯାଇଥିଲା। ପରେ ମୂଖ୍ୟ ପୂଜକଙ୍କ ସହିତ ମାଳି ସେବକ ଶଙ୍କରର୍ଷଣ ରଣା, ନେତୁଆ ସୁକାନ୍ତ ଦିଗାର, ପୂଜକ ରୂପେଶ କୁମାର ପଣ୍ଡାଙ୍କ ସହିତ ଜିଉଙ୍କ ସେବକମାନଙ୍କ ଦ୍ଵାରା ଚତୁର୍ଦ୍ଧା ମୁର୍ତ୍ତୀଙ୍କୁ ସଙ୍କୀର୍ତ୍ତନ ମାଧ୍ୟମରେ ରତ୍ନସିଂହାସନରୁ ଗୋଟିପହଣ୍ଡି ବିଜେ କରି ଅପରାହ୍ନ ଘ. ୩-୪୫ ମି.ସମୟରେ ରଥାରୁଢ଼ କରାଯାଇଥିଲା। ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଉପବେସନ କରାଯାଇ ପୂଜା ଅର୍ଜନା କରାଯାଇଥିଲା। ଅପରାହ୍ନ ଘ.୪ଣ୍ଟା ସମୟରେ ବଡଦାଣ୍ଡରେ ରଥଟଣା ର ଶୁଭାରମ୍ଭ କରାଯାଇଥିଲେ । ଉକ୍ତ ରଥ ଯାତ୍ରାରେ କଳା ଠାକୁରଙ୍କୁ ଦର୍ଶନ କରିବା ନିମନ୍ତେ ପ୍ରାୟ ୩୦ ହଜାରରୁ ଉର୍ଦ୍ଧ ଭକ୍ତମାନଙ୍କ ସମାଗନ ହୋଇଥିଲା। ଭକ୍ତଙ୍କ ସମାଗମ କୁ ଆଖି ଆଗରେ ରଖି ଝାରପୋଖରିଆ ପୋଲିସ ପକ୍ଷ ରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।ଝାରପୋଖରିଆ ସ୍ଥିତ ଓଡ଼ିଶା ବ୍ରିଗେଡ଼ ସ୍କୁଲ ତରଫରୁ ଶ୍ରଦ୍ଧାଳୁ ଭକ୍ତଙ୍କ ନିମନ୍ତେ ଥଣ୍ଡା ପାନୀୟ ଜଳ ବିତରଣ କରିଥିଲେ । ସ୍ଥାନୀୟ ଅଞ୍ଚଳର ଶିବାବ୍ରିକ୍ସ୍ ସଂସ୍ଥା ଓ ଶିର୍ଷା ପଞ୍ଚାୟତ ପକ୍ଷରୁ ଶ୍ରଦ୍ଧାଳୁ ଭକ୍ତଙ୍କ ନିମନ୍ତେ ଥଣ୍ଡା ମୃଦୁ ପାନୀୟ ଜଳ ବିତରଣ କରାଯାଇଥିଲା । ସ୍ଥାନୀୟ ସୀମାନ୍ତ ମହାବିଦ୍ୟାଳୟର ଜାତୀୟ ସମର ଶିକ୍ଷ୍ୟାର୍ଥୀ ବାହିନୀ କ୍ୟାଡେଟ୍ ମାନଙ୍କ ଦ୍ୱାରା ରଥ ର ଚାରି କଡେ ବ୍ୟାରିକେଟ କରାଯାଇ ରଥ ଟଣା ହୋଇଥିଲା । ରଥ ଉପରେ ଡାହୁକ ଘୋଷକ ଭାବେ ନରେନ୍ଦ୍ର କୁମାର ପରିଡା ଓ ବିନୋଦ କୁମାର ସାହୁ ଧାରା ବିବରଣୀ ସହିତ ମହାପ୍ରଭୁଙ୍କ ଗୁଣଗାନ ପ୍ରସାରଣ କରିଥିଲେ । ବଡ ଦେଉଳ ରଥଖଳାରୁ ବ୍ୟାଙ୍କ ଅଫ୍ ଇଣ୍ଡିଆ ପର୍ଯ୍ୟନ୍ତ ରଥକୁ ଭକ୍ତମାନେ ହରିବୋଲ ଧୂନି ମାଧ୍ୟମରେ ଟାଣିଥିବା ବେଳେ ଶିର୍ଷା ହାଇସ୍କୁଲ, ଆଦର୍ଶ ବିଦ୍ୟାଳୟ ଓ ଶିର୍ଷା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ମଧ୍ୟ ଦେଇ ମାଉସୀ ମା’ ମନ୍ଦିର ବେଢା ପର୍ଯ୍ୟନ୍ତ କେବଳ ମହିଳା ଉକ୍ତ ମାନେ ରଥକୁ ଟାଣି ଟାଣି ଆଣି ସଂନ୍ଧ୍ୟା ଘ୭:୫୦ମି.ସମୟରେ ମାଉସୀ ମା’ ମନ୍ଦିରକୁ ପହଞ୍ଚାଇଥିଲେ । ପରେ ରଥ ଉପରୁ ରଥ ପରିଚାଳନା କମିଟି ଓ ମନ୍ଦିର ଟ୍ରଷ୍ଟି ସଦସ୍ୟଙ୍କ ଦ୍ୱାରା ଭକ୍ତଙ୍କ ନିମନ୍ତେ ଗୁଡ଼ ଲଡୁ ବିତରଣ କରାଯାଇଥିଲା। ଏହା ପରେ ମୁଖ୍ୟ ପୂଜକ ଦିଲ୍ଲୀପ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ଅନ୍ୟାନ୍ୟ ପ୍ରଭୁଙ୍କ ସେବକ ଓ ବ୍ରାହ୍ମଣଙ୍କୁ ନେଇ ରଥରୁ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ମାଉସୀ ମା ଆଡପ ମଣ୍ଡପରେ ପ୍ରବେଶ କରାଇ ସିଂହାସନରେ ବିରାଜମାନ କରାଇଥିଲେ। ସାରସକଣା ରୁ ଅନିଲ କୁମାର ସାହୁଙ୍କ ରିପୋର୍ଟ ଭଞ୍ଜଦୁତ ଖବର।
