Slug – ଦ୍ଵିତୀୟ ଶ୍ରୀକ୍ଷେତ୍ର ଐତିହାସିକ ରଣପୁର ରଥଯାତ୍ରା,,,, ନଡିଆ ବାଡେଇ ରଥ ଭିଡା କାର୍ଯ୍ୟ ଆରମ୍ଭ କଲେ ବାଚସ୍ପତି ସୁରମା ପାଢୀ,,,।
Format – Avo
Place – ରଣପୁର
Date – 17/07
Reporter -ଦିଲିପ ପରିଡ଼ା
Anchor : ନୟାଗଡ଼ ଜିଲ୍ଲା ରଣପୁରରେ ଐତିହାସିକ ପବିତ୍ର ରଥଯାତ୍ରା ବେଶ ଆଡ଼ମ୍ବର ହେବା ସହ ଭକ୍ତି ମୟ ପରିବେଶ ମଧ୍ୟରେ ପାଳିତ ହୋଇଛି। ସକାଳୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାରମ୍ପରିକ ନିତୀକାନ୍ତି ସମ୍ପନ୍ନ ହେବା ପରେ ଭକ୍ତମାନଙ୍କର “ଜୟ ଜଗନ୍ନାଥ” ଧ୍ୱନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା।
ହଜାର ହଜାର ଶ୍ରଦ୍ଧାଳୁ ରଥ ଟାଣି ମହାପ୍ରଭୁଙ୍କ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଥିଲେ। ରାସ୍ତାର ଉଭୟ ପାର୍ଶ୍ୱରେ ଭକ୍ତମାନଙ୍କ ଭିଡ଼ ଲାଗିରହିଥିବା ବେଳେ ଭଜନ, କୀର୍ତ୍ତନ ଓ ହରିନାମ ସଂକୀର୍ତ୍ତନରେ ସମଗ୍ର ପରିବେଶ ଭକ୍ତିରସରେ ଭରିଯାଇଥିଲା। ରଥଯାତ୍ରାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ମନ୍ଦିର ପରିଚାଳନା କମିଟି, ସ୍ଥାନୀୟ ଯୁବକ, ସ୍ୱେଚ୍ଛାସେବୀ ଓ ପ୍ରଶାସନ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସ ପକ୍ଷରୁ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଭକ୍ତମାନଙ୍କ ଉତ୍ସାହ ଓ ଆଧ୍ୟାତ୍ମିକ ଭାବନା ମଧ୍ୟରେ ଐତିହ ରଣପୁର ରଥ ଯାତ୍ରା ସଫଳତାର ସହ ପାଳିତ ହୋଇଯାଇଛି।
