*_ଦୁର୍ଘଟଣା ରେ ଗୁରୁତର ବାଇକ୍ ଆରୋହୀ ଙ୍କୁ ମେଡ଼ିକାଲ ରେ ଭର୍ତ୍ତି କଲା ମାରୁତି ସେନା,_* (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )
ଢ଼େଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ୍ ଢୋଲ ଖମଣ ଅଞ୍ଚଳ ର, ଅନନ୍ତ ଟୁଡୁ ନାମକ ବ୍ୟକ୍ତି ବାଇକ୍ ଯୋଗେ କାମାକ୍ଷା ନଗର ଆସୁଥିବା ବେଳେ ଅନ୍ୟ ଦିଗରୁ ଜଣେ ନିଶାଗ୍ରସ୍ତ ଯୁବକ ଙ୍କ ବାଇକ୍ ସହିତ ଯୋରଦାର୍ ଧକ୍କା ହେବା ଫଳରେ, ଗୁରୂତର ଭାବେ ଅଚେତ୍ ହୋଇ ରାସ୍ତା ଉପରେ ପଡ଼ି ଥିବା ଦେଖିଲେ, ମାରୁତି ସେନା କଙ୍କଡା ବ୍ଲକ୍ କନ୍ଧରା ଅଞ୍ଚଳ ର ସ୍ଥାନୀୟ ସଦସ୍ୟ, ତୁରନ୍ତ ସଙ୍ଗଠନ ମାରୁତି ସେନା ଜିଲ୍ଲା ସଭାପତି ବିକାଶ ଚନ୍ଦ୍ର ବେହେରା ଙ୍କୁ ଖବର ଦେଲେ ଖବର ପାଇ ଜିଲ୍ଲା ସଭାପତି ଅନ୍ୟ ସଦସ୍ୟ ମାନଂକୁ ସାଙ୍ଗରେ ଧରି, ଗୁରୁତର ଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରାଇବା ସହିତ, ଜରୁରୀ କାଳୀନ ଚିକିତ୍ସା ଜାରି ରହିଛି, ଆଉ ଅଧିକ ଉତ୍ତମ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିବା ପାଇଁ ଚେଷ୍ଟା ଜାରି ରହିଛି ବୋଲି କହିଛନ୍ତି ସଙ୍ଗଠନ ଜିଲ୍ଲା ସଭାପତି ବିକାଶ ଚନ୍ଦ୍ର ବେହେରା, ଅନ୍ୟ ମାନଂକ ମଧ୍ୟରେ, ଚନ୍ଦନ ବେହେରା, ଲିପୂନ ଖୁଣ୍ଟିଆ, ବଳରାମ ପ୍ରଧାନ, ରାଜେଶ୍ ଷେଣ୍ଢ, ବିଶ୍ଵନାଥ ନାୟକ, ଆଶୁତୋଷ ନାୟକ, ବିଦ୍ୟା ଭୂଷଣ ପରିଡ଼ା, ପ୍ରସନ୍ନ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି,
