ଶ୍ରୀ ଶ୍ରୀ ଶୂନ୍ୟ ମାଧବ ଜିଉଙ୍କ ନେତ୍ର ଉତ୍ସବ ଓ ନବଯୌବନ ଦର୍ଶନ
____________________
ସାରସକଣା,(୧୪/୭/୨୬):(ନି.ପ୍ର):
ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅଧୀନସ୍ତ ଶୀର୍ଷା ପଞ୍ଚାୟତ ର ଶୀର୍ଷା ଠାରେ ଥିବା ବହୁ ଦିନରୁ ପୂଜା ପାଇ ଆସୁଥିବା ଶ୍ରୀ ଶ୍ରୀ ଶୂନ୍ୟ ମାଧବ(ଶ୍ରୀଜଗନ୍ନାଥ)ଙ୍କ ଆଜି ଆଷାଢ଼ ମାସ ୩୦ ଦିନ ୧୪ ତାରିଖ ପୂଣ୍ୟ ତିଥିରେ ଶ୍ରୀଜିଉଙ୍କ ନେତ୍ର ଉତ୍ସବ ପାଳନ କରାଯାଇଛି । ଏ ପରିପ୍ରେକ୍ଷୀରେ ଅଦ୍ୟ ସକାଳ ୬ ଘଟିକା ସମୟରେ ମହାପ୍ରଭୁଙ୍କ ମୁଖ୍ୟ ପୂଜକ ସତ୍ୟନାରାୟଣ ପଣ୍ଡା ଚତୁର୍ଦ୍ଦା ମୂର୍ତ୍ତୀକୁ ଦେବସ୍ନାନ ପୂର୍ଣ୍ଣିମା ଠାରୁ ୧୫ ଦିନର ବ୍ୟବଧାନ ପରେ ଆଦି ଅଣସର ଘରୁ ଆଣି ଭୋଗ ମଣ୍ଡପରେ ଉପବେସନ କରିଥିଲେ । ତତ୍ ପରେ ଦିଅଁ ମାନଙ୍କୁ ମଇଲମ କରି ଯଜ୍ଞ ପବିତ ପରିଧାନ କରାଇ ଗଙ୍ଗା ଜଳ ,ସୁବାସିତ ତେଲ ସହିତ ବିଭିନ୍ନ ପ୍ରକାର ଜଳରେ ଶୁଦ୍ଧି ମାର୍ଜନ କରଣ କରି ନୂତନ ବସ୍ତ୍ର ପରିଧାନ କରାଇଥିଲେ । ତତ୍ ପରେ ଦିବା ୧୦ ଘଟିକା ସମୟରେ ଭୋଗ ମଣ୍ଡପରେ ଶ୍ରୀଜଗନ୍ନାଥ, ଭାଇ ବଳଭଦ୍ର ଭଉଣୀ ସୁଭଦ୍ରାଙ୍କ ସହିତ ସୁଦର୍ଶନ ପ୍ରଭୃତି ଚତୁର୍ଦ୍ଧା ଦିଅଁଙ୍କୁ ମାଳି ସେବକ ଶଙ୍କରର୍ଷଣ ରଣା, ନେତକ(ନେତୁଆ) ସୁକାନ୍ତ ଦିଗାର, ପୂଜକ ରୂପେଶ କୁମାର ପଣ୍ଡା ଙ୍କ ସହଯୋଗରେ ଦିଅଁ ମାନଙ୍କୁ ପୂଜାର୍ଚ୍ଚନା ମନ୍ତ୍ରପାଠ ସହିତ ଯଜ୍ଞାଦି କର୍ମଣ କରିଥିଲେ । ପରେ ଦିବା ୧୨ ଘଟିବା ସମୟରେ ଚତୁର୍ଦ୍ଦା ଦିଅଁଙ୍କୁ ଭୋଗ ମଣ୍ଡପରୁ ନେଇ ଶ୍ରୀମନ୍ଦିରର ରତ୍ନସିଂହାସନରେ ଉପବେସନ ବରାଇଥିଲେ। ସଂଧ୍ୟା ୫ ଘଟିକା ସମୟରେ ମୁଖ୍ୟ ସେବକ ଅନ୍ୟାନ୍ୟ ସେବକଗଣଙ୍କୁ ନେଇ ସଂକିର୍ତ୍ତନ ମାଧ୍ୟମରେ ସଂଧ୍ୟା ଆଳତୀ କରିଥିଲେ । ତତ୍ ପରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନବଯୌବନ ବେଶକୁ ଭକ୍ତଙ୍କ ନିମନ୍ତେ ଦର୍ଶନାଭୀଳାଷୀ କରାଇଥିଲେ । ସଂଧ୍ୟାରେ ମହାପ୍ରଭୁଙ୍କ ନବଯୌବନକୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ପ୍ରବଳ ଜନସମାଗମ ହୋଇଥିଲା । ଆସନ୍ତା ୧୬ ତାରିଖ ଗୁରୁବାର ଆଷାଢ଼ ମାସ ଦ୍ଵିତୀୟା ତିଥି ଅପରାହ୍ନରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରଥରେ ରଥାରୁଢ କରି ରଥ ଟଣା ନୀତି ଅନୁଷ୍ଠିତ ହେବ ବୋଲି ଶୂନ୍ୟ ମାଧବ ରଥଯାତ୍ରା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ସାରସକଣାରୁ ଅନିଲ କୁମାର ସାହୁଙ୍କ ରିପୋର୍ଟ ଭଞ୍ଜଦୁତ ଖବର।
