ସୋର (ଜ୍ୟୋତି ପ୍ରକାଶ ଦୀକ୍ଷିତ): ସୋର ବ୍ଳକ ସାଜନପୁର ପଞ୍ଚାୟତ ରେ ଆଜି ବିକାଶ ବାହନ କୁ ମହିଳା ମାନଙ୍କ ଦ୍ଵାରା ଝୁଟି, ଫୁଲ ଚନ୍ଦନ ଦେଇ ସ୍ଵାଗତ କରାଯାଇଛି। ଏହି ପ୍ରରିପ୍ରେକ୍ଷି ରେ କେନ୍ଦ୍ର ସରକାର ଙ୍କ ତୃତୀୟ ପାଳି ର ପ୍ରଥମ ବର୍ଷ ଅର୍ଥାତ୍ ୧୧ ବର୍ଷ ଏବଂ ରାଜ୍ୟ ସାରକାର ଙ୍କ ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମ ସରକାର ଙ୍କ ତରଫରୁ ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଲୋକ ମାନଙ୍କୁ ଆୟୁଷ୍ମାନ ହେଲଥ୍ କାର୍ଡ ସହ ରେସନ କାର୍ଡ ବଣ୍ଟନ କରାଯାଇଥିଲା। ସ୍ଥାନୀୟ ସରପଞ୍ଚଙ୍କ ସମେତ ଜି ଆର୍ ଏସ୍, ପିଇଓ, ବିଭିନ୍ନ ୱାର୍ଡ ସଭ୍ୟ ତଥା ଗ୍ରାମବାସୀ ମାନେ ସହଯୋଗ କରିଥିଲେ। ଏହି ରଥ କୁ ଭିଡିଓ ଗ୍ରାଫି ମାଧ୍ୟମରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନା ବିଷୟରେ ଉପସ୍ଥିତ ସାଧାରଣ ଜନତା ଙ୍କୁ ଅବଗତ କରାଇଥିଲେ।
