*ଭୈରବୀ ରେ ୧୨ ଫୁଟ ଲମ୍ବର ଅହିରାଜ ଉଦ୍ଧାର*
ଗୋଳନ୍ଥରା:( ଶ୍ରୀବତ୍ସ ସାହୁ) ସିଦ୍ଧ ଭୈରବୀ ମନ୍ଦିର ନିକଟରୁ ପ୍ରାୟ ବାରଫୁଟ ଲମ୍ବ ର ଏକ ବିରାଟ ଅହିରାଜ ସାପ ବନ୍ୟପ୍ରାଣୀ ସୁରକ୍ଷା ବାହିନୀ ଗଞ୍ଜାମ ଜିଲ୍ଲା ସଭାପତି ଗଣପତି ସାହୁ ଙ୍କ ଦ୍ଵାରା ଉଦ୍ଧାର କରାଯାଇଛି। ଉକ୍ତ ଅଞ୍ଚଳର ଲୋକମାନେ ଏହି ସାପଟିକୁ ଦେଖି ବନ ବିଭାଗ କୁ ଫୋନ୍ କରିଥିଲେ। ବନବିଭାଗ କର୍ମଚାରୀ ମାନେ ଗଣପତି ସାହୁଙ୍କୁ ଫୋନ୍ କରି ଡାକିଥିଲେ, ଶ୍ରୀ ସାହୁ ସଙ୍ଗେ ସଙ୍ଗେ ଉକ୍ତ ସ୍ଥାନରେ ପହଞ୍ଚି ସାପ ଟିକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ।
