ଜନ୍ମ ପୀଠ ରେ
ରାଜ୍ୟ ସ୍ତରୀୟ ଜୟନ୍ତୀ ପ୍ରସ୍ତୁତି ବୈଠକ।
ବରଗଡ :ବରପାଲି ୧୨-୦୭(ନି ପ୍ର)
କବି ଗଙ୍ଗାଧର ମେହେରଙ୍କ ଜନ୍ମ ପୀଠ ବରପାଲି ରେ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।
ବରପାଲି ର ଗଙ୍ଗାଧର ମେହେର କ୍ଲବ ପରିସରରେ କ୍ଲବ ର ସଭାପତି ନରେନ୍ଦ୍ର କୁମାର ହୋତା ଙ୍କ ସଭାପତିତ୍ବ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଗଙ୍ଗାଧର ମେହେର କ୍ଲବ ର ମିଳିତ ଆନୁକୁଲ୍ୟରେ କବି ଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ଆସନ୍ତା ଶ୍ରାବଣ ପୂର୍ଣ୍ଣିମା ଅଗଷ୍ଟ ୨୮ ତାରିଖ ଦିନ ସ୍ଥାନୀୟ ଗଙ୍ଗାଧର କଲ୍ୟାଣ ମଣ୍ଡପ ଠାରେ ପାଳନ କରାଯିବ ବୋଲି କ୍ଲବ ର ସମ୍ପାଦକ ବାଳକିଶୋର ଖାଡ଼ଙ୍ଗା ସୂଚନା ପ୍ରଦାନ କରିଥିଲେ। ଜୟନ୍ତୀ ରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ବିଜେପୁର ବିଧାୟକ ସନତ କୁମାର ଗଡତିଆ ଓ ବରଗଡ଼ ଜିଲ୍ଲାପାଳ ଙ୍କୁ ଅତିଥି ଭାବରେ ନିମନ୍ତ୍ରଣ କରାଯିବା ସହ ମୁଖ୍ୟ ବକ୍ତା ଭାବରେ ଡାକ୍ତର କୃଷ୍ଣ କେଶବ ଷଡ଼ଙ୍ଗୀ ଙ୍କୁ ନିମନ୍ତ୍ରଣ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଗଲା । ଶେଷରେ। ଉପ ସଭାପତି ପଦ୍ମଲୋଚନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପ୍ରସ୍ତୁତି ବୈଠକରେ ଡକ୍ଟର ଘନ ଶ୍ୟାମ ପାଣିଗ୍ରାହୀ, ଆନନ୍ଦ ମେହେର, ଜୟନ୍ତୀ କମିଟି ର ଆବାହକ ଚିତ୍ତରଞ୍ଜନ ସାହୁ, ବନ୍ତରାମ ସେଠ୍, ସରୋଜ ତ୍ରିପାଠୀ, ବାଳକୃଷ୍ନ ପୂଝାରୀ, ମହେନ୍ଦ୍ର ଗହୀର, ରାଜାରାମ ମେହେର ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଭାଗ ନେଇଥିଲେ।
