ଶେଷ ପର୍ଯ୍ୟାୟରେ ଆଗରପଡ଼ା ରଥଯାତ୍ରା ପ୍ରସ୍ତୁତି
ବନ୍ତ / ଆଗରପଡ। (ନିପ୍ର)ଓଡ଼ିଶା ପ୍ରସିଦ୍ଧ ଆଗରପଡ଼ ରଥଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି । ଆସନ୍ତା ୧୪ ତାରିଖ ନେତ୍ର ଉତ୍ସବ ପାଳନ ଯଥାରୀତିରେ କରାଯିବ । ରଥଯାତ୍ରାରେ ପ୍ରବଳ ଚନସମାଗମ କୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ଦୁର୍ଘଟଣା କିମ୍ବା ଅଘଟଣ ପାଇଁ ସ୍ଥାନୀୟ ଅଗ୍ନିଶମ ବାହିନୀ ସଜାଗ ରହିବେ। ସେଦିନ ସକାଳୁ ପ୍ରଭୁମାନଙ୍କର ବିଶେଷ ପୂଜାର୍ଚ୍ଚନା ଆରମ୍ଭ ହେବ । ଦିନ ୧ଟାରେ ପହଣ୍ଡି ବିଜେ ହୋଇ ଠାକୁରମାନେ ରଥାରୂଢ଼ ହେବେ। ଅପରାହ୍ନ ୩ଟାରେ ଠାକୁର ରଜା ଜଗତ ମୋହନ ସିଂହ ଛେରା ପହଁରା କରିବା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇ ସଂଧ୍ୟା ସୁଦ୍ଧା ମାଉସୀ ମା ମନ୍ଦିରକୁ ପ୍ରବେଶ ହେବେ । ସେଠାରେ ହେରାପଞ୍ଚମୀପରେ ବାହୁଡା ରେ ଠାକୁରମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ବୋଲ ଠାକୁର ରାଜା ସୁପ୍ରିମକୋର୍ଟ ଆଡ଼ଭୋକେଟ ଜଗତ ମୋହନ ସିଂହ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
