ଥାର୍ ଗାଡ଼ି ଲଗାଇ ତାଡିନେଲେ ଏଟିଏମ୍: ସିସିଟିଭି ରେ କଏଦ୍ ହେଲା ଲୁଟ୍ ର ଦୃଶ୍ୟ
ଖଇରା(ଭଞ୍ଜଦୂତ, ନିପ୍ର):: ଏ ଟି ଏମ କୁ ତାଡି ଲୁଟିନେଲେ ଲକ୍ଷାଧିକ ଟଙ୍କା l ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ତୁଡ଼ିଗଡିଆ ବଜାର ରେ ଥିବା ଇଣ୍ଡିଆ 1 ଏଟିଏମ ମେସିନ କୁ ଦୃବୁର୍ତ୍ତ ମାନେ ତାଡି ମେସିନକୁ ଘୋଷାରି ଘୋଷାରି ନେଇ କିଛି ଦୂର ରେ ରାସ୍ତା ମଝିରେ ଛାଡି ଫେରାର ହୋଇଯାଇଥିଲେ l କେତେ ଟଙ୍କା ଲୁଟ ହୋଇଛି ଜଣା ପଡି ନଥିବା ବେଳେ l ଏଟିଏମ୍ ମେସିନ କୁ ଏକ ଥାର୍ ଗାଡି ରେ ଦୌଡ଼ି ବାନ୍ଧି ଘୋଷାରି ଘୋଷାରି ନେଉଥିବା ର ଦୃଶ୍ୟ ସିସିଟିଭି ରେ କଏଦ ହୋଇଛି l ବାରମ୍ବାର ବଜାର ରେ ଲୁଟ ହେଉଥିବାରୁ ପୋଲିସ କାର୍ଯ୍ୟଦକ୍ଷତା କୁ ନେଇ ଅଂଚଳବାସି ଅସନ୍ତୋଷ ବ୍ୟକ୍ତ କରିଛନ୍ତି l ଗତକାଲି ବିଳମ୍ବିତ ରାତି 2ଘଟିକା ସମୟରେ ଏକ କଳା ରଙ୍ଗ ର ଥାର୍ ଗାଡି ରେ 5 ରୁ ଉର୍ଦ୍ଧ ଦୃବୁର୍ତ୍ତ ଆସିଥିବା ନେଇ ସିସିଟିଭି ରେ କଏଦ ହୋଇଛି l
