ଟାଉନ ହାଇସ୍କୁଲ ରେ 77ତମ ଜିଲାସ୍ତରୀୟ ବନ ମହୋତ୍ସବ ପାଳିତ. ଭବାନୀପାଟଣା /
(କଳାହାଣ୍ଡି.ରମେଶ ଅଗ୍ରୱାଲ.:ନିପ୍ର)
କଳାହାଣ୍ଡି ଉତ୍ତର ବନଖଣ୍ଡ ତରଫରୁ ଜିଲ୍ଲା ସ୍ତ୍ତରୀୟ 77 ତମ ବନ ମହୋତ୍ସବ ସ୍ଥାନୀୟ ଟାଉନ ହାଇସ୍କୁଲ ଠାରେ ପାଳନv ହୋଇଯାଇଛି. ଏଥିରେ କଳାହାଣ୍ଡି ଲୋକ ସଭା ସଦସ୍ୟ ମାଳବିକା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ଜିଲ୍ଲା ପରିଷଦ ସଭାପତି ପୁଷ୍ପେନ୍ଦ୍ର ସିଂ ଦେଓ, ଅତିରିକ୍ତ ଜିଲ୍ଲା ପାଳ,ଜିଲ୍ଲା ବିଜେପି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼, କଳାହାଣ୍ଡି ଉତ୍ତର ବନଖଣ୍ଡ ଅଧିକାରୀ ପ୍ରଭାକର ବର୍ମା, ଦକ୍ଷିଣ ବନଖଣ୍ଡ ଅଧିକାରୀ କଲାଇ ବଚନ ଆର, କେନ୍ଦ୍ରୀୟ ସୁରକ୍ଷା ବଳ ଡେପୁଟି କମାଣ୍ଡର, ଜିଲ୍ଲା କ୍ରୀଡା ଅଧିକାରୀ, ଉତ୍ତର ବନଖଣ୍ଡ ଏ ସି ଏଫ ଲିଲି ଅମାତ୍ୟା,ରେଞ୍ଜ ବନ ଅଧିକାରୀ ବିଶି କେଶନ କରୁଆ, ରେଖା ରାଣୀ ମହାପାତ୍ର, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ. ମୁଖ୍ୟ ଅତିଥି ଶ୍ରମତୀ ଦେବୀ ଙ୍କ ଦ୍ୱାରା ଟାଉନ ହାଇସ୍କୁଲ ପରିସରରେ ବିଭିନ୍ନ ପ୍ରଜାତିର ଚାରା ଗଛ ରୋପଣ କରାଯାଇଥିଲା. ଦୁଇ ଗୋଟି ଶ୍ରେଷ୍ଠ ପୁଜି ଲଡ଼ୁ ବନ ସରକ୍ଷିତ ସମିତି ଓ ସୁରୁଗୁଡା ବନ ସରଂକ୍ଷିତ ସମିତି ଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କାର ରାଶିର 50 ହଜାର ଟଙ୍କା ର ଚେକ ଉଭୟ ସମିତି କୁ ପ୍ରଦାନ କରାଯାଇଥିଲା. ଟାଉନ ହାଇସ୍କୁଲ ପ୍ରଧାନ ଶିକ୍ଷକ ଗୋରେଖ ସାହୁ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ବନ ଉଛବ ରେ ଚାରା ରୋପଣ କରି ସହଯୋଗ କରିଥିଲେ. ବନ ପାଳ ଭବାନୀ ଶଙ୍କର ପରିଛା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ.
