ଚାକିରି ଦାବିରେ ରୁଦ୍ରଙ୍କ ଅଭିନବ ପ୍ରତିବାଦ ଟାଓ୍ବାର୍ ପରେ ଏବେ ଦଣ୍ଡବତ ଯାତ୍ରା।
(ନିପ୍ର ଗୋକୁଳାନନ୍ଦ ବେହେରା)ଢେଙ୍କାନାଳ ସଦର : ଚାକିରି ଫେରି ପାଇବାକୁ ମୋବାଇଲ ଟାୱର ଉପରେ ଚଢ଼ି ନାକେଦମ୍ କରିଥିବା ଛଟେଇ ଯବାନ କାମାକ୍ଷାନଗର ବ୍ଲକ ସୋଗର ପଞ୍ଚାୟତ ପୁରୁଣାସାହିର ରୁଦ୍ରନାରାୟଣ ଦାସ(୨୭) ଆଉ ଏକ ଅଭିନବ ପ୍ରତିବାଦ କରିଛନ୍ତି। ପ୍ରତିଶ୍ରୁତି ରଖିଲାନି ପ୍ରଶାସନ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କରିବେ ଗୁହାରି ବାଟରେ ଅଟକାଇ ବୁଝାସୁଝା କଲେ ତହସିଲଦାର ଜିଲ୍ଲା ପ୍ରଶାସନ ତାଙ୍କ ଦୁଃଖ ଶୁଣିଲାନି । ତେଣୁ ସେ ମୁଖ୍ୟଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଭୁବନେଶ୍ୱର ଅଭିମୁଖେ ଦଣ୍ଡବତ ଯାତ୍ରାରେ ବାହାରିଛନ୍ତି। ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ସେ ଆରମ୍ଭ କରିଛନ୍ତି ଦଣ୍ଡବତ ଯାତ୍ରା। ସେ ଏଭଳି ଯାତ୍ରା କରୁଥିବା ଖବର ପାଇ ଢେଙ୍କାନାଳ ତହସିଲଦାର ସ୍ବାଧୀନ କୁମାର ବେହେରା ତାଙ୍କ ପାଖରେ ପହଞ୍ଚି ଏଥିରୁ ବିରତ ରହିବାକୁ ବୁଝାଇଥିଲେ। ମାତ୍ର ସେ ପ୍ରଶାସନର କୌଣସି କଥା ଶୁଣିନଥିଲେ। ଆଜି ସେ ଗୋବିନ୍ଦପୁର ପର୍ଯ୍ୟନ୍ତ ଯାତ୍ରା କରିଥିବା ଜଣାପଡ଼ିଛି। ରୁଦ୍ର କହିଛନ୍ତି,ତାଙ୍କ ଚାକିରି ଫେରାଇ ଦେବାକୁ ସେ ଦୀର୍ଘ ଦୁଇ ବର୍ଷ ହେଲା ସମସ୍ତଙ୍କ ପାଖରେ ଗୁହାରି କରିସାରିଲେଣି। କେହି ତାଙ୍କ ଦୁଃଖ ଶୁଣୁନାହାନ୍ତି। ପୂର୍ବରୁ ପ୍ରଶାସନ,ପୋଲିସ ଠାରୁ ନେଇ ପଦଯାତ୍ରାରେ ଭୁବନେଶ୍ଵର ଯାଇ ଦୁଃଖ ଜଣାଇଥିଲେ ତଥାପି କୌଣସି ସୁଫଳ ମିଳି ନଥିଲା। ରୋଜଗାର ନଥିବାରୁ କ୍ୟାନସର ପୀଡ଼ିତା ମା’ଙ୍କର ଚିକିତ୍ସାରେ ସମସ୍ୟା ହେଉଥିଲା। ତାଙ୍କୁ ଚାକିରି ଓ ମା’ଙ୍କ ଚିକିତ୍ସା ଦାବିରେ ସେ ଗତ ମେ’ ୯ ତାରିଖରେ ଟାଉନ ଥାନା ନିକଟ ଏକ ମୋବାଇଲ ଗଓ୍ବାର ଉପରେ ଚଢ଼ି ଆତ୍ମହତ୍ୟା ଧମକ ଦେଇଥିଲେ। ଉଦ୍ଧାର ପାଇଁ ଉଦ୍ୟମ କରାଯାଉଥିବା ବେଳେ ସେ ସଙ୍ଗରେ ନେଇଥିବାପେଟ୍ରଲ ଢାଳି ନିଆଁ ଲଗଇ ଦେବାକୁ ଚେତାବନୀ ଦେଇଥିଲେ। ତାଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ ଚାକିରି ଓ ମା’ଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯିବ ବୋଲି ପ୍ରଶାସନ କହି ଆସୁଥିଲେ ହେଁ କୌଣସି ପଦକ୍ଷେପ ନିଆଯାଇନାହିଁ। ଫଳରେ ସେ ନିରାଶ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଢେଙ୍କାନାଳରୁ ଭୁବନେଶ୍ବର ପର୍ଯ୍ୟନ୍ତ ଦଣ୍ଡବତ ଯାତ୍ରା ଆରମ୍ଭ କରିଥିବା କହିଛନ୍ତି। ପ୍ରକାଶ ଥାଉକି ରୁଦ୍ର ୨୦୧୮ସେପ୍ଟେମ୍ବରରେ ଓଏସ୍ଏପି ପ୍ରଥମ ବାଟାଲିୟନ ଢେଙ୍କାନାଳରେ ସିପାହୀ ଭାବେ ନିଯୁକ୍ତି ପାଇଥିଲେ। ତାଲିମ ପାଇଁ ତାଙ୍କୁ କୋରାପୁଟ ତୃତୀୟ ବାଟାଲିୟନଙ୍କୁ ପଠାଯାଇଥିଲା। ସେ ଅସୁସ୍ଥ ହୋଇ ପ୍ରଶିକ୍ଷଣ ପୂରଣ କରି ପାରିନଥିଲେ। ପରେ ଝାରସୁଗୁଡ଼ା ସ୍ଥିତ ଦ୍ଵିତୀୟ ବାଟାଲିୟନ୍କୁ ପ୍ରଶିକ୍ଷଣ ପାଇଁ ପଠାଯାଇଥିଲେ ବି ସମାନ କରଣରୁ ପ୍ରଶିକ୍ଷଣ ନେଇପାରି ନଥିଲେ। ଫଳରେ ୨୦୨୦ରେ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଥିଲା।
