କେନ୍ଦୁଝର ବନାଞ୍ଚଳ କାର୍ଯ୍ୟାଳୟ ରେ ବନ ମହୋତ୍ସବ
ତା ୦୫/୦୭/୨୦୨୭ କେନ୍ଦୁଝର ଅଗ୍ରଣୀ ଅନୁଷ୍ଠାନ କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ ଓ ଓଡିଶା ସରକାର ଙ୍କର ଜଳବାୟୁ ପରିବର୍ତ୍ତନ ଓ ବନ ବିଭାଗର ମିଳିତ ଆନୁକୂଲ୍ୟରେ କେନ୍ଦୁଝର ବନାଞ୍ଚଳ କାର୍ଯ୍ୟାଳୟ ଠାରେ “ବନ ମହୋତ୍ସବ -୨୦୨୬” ଅନୁଷ୍ଠିତ ହୋଇଯାଇଛି l ଏହି ମହୋତ୍ସବ ରେ ଆୟୋଜିତ ସଭାକୁ ବନ ଅଧିକାରୀ ଶ୍ରୀ ଜିତେନ୍ଦ୍ର ନାଥ ସାହୁ ପରିଚାଳନା କରିଥିଲାବେଳେ ଟିମ ଲିଡ଼ର ଶ୍ରୀ ଉଦୟନାଥ ହୋ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବନାଞ୍ଚଳ ଅଧିକାରୀ ଶ୍ରୀ ଅଜିତ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଆଁ ଦାଉରୁ ଜଙ୍ଗଲ କୁ ସୁରକ୍ଷା ଦେବାପାଇଁ କହିଥିଲେ l ବୃକ୍ଷ ରୋପଣ କରିବା ଓ ତାହାକୁ ଯତ୍ନ ନେଇ ବଡକରିବା ଏକ ପୂଣ୍ୟ କାର୍ଯ୍ୟ ଅଟେ l ତେଣୁ ବନ ମହୋତ୍ସବ ପାଳନ ଅବସରରେ ବନ ସୁରକ୍ଷା ସମିତି ର ପ୍ରତେକ ସଦସ୍ୟ ଓ ସ୍ୱୟଂ ସହାୟକ ଗୋଷ୍ଠୀ ର ମା ‘ ମାନେ ପ୍ରତେକ ବର୍ଷ ଦୁଇଟି କରି ଗଛ ଲଗେଇବା ଓ ଯତ୍ନ ନେଇ ବଡ କରିବାକୁ ପରାମର୍ଶ ଦେଇଥିଲେ l ପରିବେଶ ବିତ୍ ତଥା କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ ର ପ୍ରତିଷ୍ଠାତା ଶ୍ରୀ ଭକ୍ତ ବତ୍ସଳ ମହାନ୍ତି ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ l ସେ କହିଲେ କେନ୍ଦୁଝର ହେଉଛି ଅରଣ୍ୟ ସଂସ୍କୃତି l ବନବାସୀ ଓ ଆଦିବାସୀ ମାନଙ୍କ ର ଜଙ୍ଗଲ ହେଉଛି ଜୀବନ ଓ ଜୀବିକା l ଜଙ୍ଗଲ ଆମକୁ ଜଳ, ଲଘୁବନଜାତ ଦ୍ରବ୍ୟ ଓ ପବନ ନିସ୍ଵାର୍ଥପର ଭାବେ ଯୋଗାଇ ଆସୁଛି l ଅଧିକରୁ ଅଧିକ ନୂତନ ଜଙ୍ଗଲ ସୃଷ୍ଟି କରିବା ଆମର କର୍ତ୍ତବ୍ୟ ଓ ଦାୟିତ୍ୱ l ୩୪ ଟି ବନ ସୁରକ୍ଷା ସମିତି ର ପ୍ରତିନିଧି ଓ ସ୍ୱୟଂ ସହାୟକ ଗୋଷ୍ଠି ର ମା ‘ମାନେ ମିଶି ଏହି ସଭାରେ ୫୭ ଜଣ ଯୋଗ ଦେଇଥିଲେ l କେନ୍ଦୁଝର ବନାଞ୍ଚଳ ଅଧିନସ୍ଥ ବନସୁରକ୍ଷା ସମିତି ଓ ମନୋନୀତ ସ୍ୱୟଂ ସହାୟକ ଗୋଷ୍ଠି କୁ ବନାଞ୍ଚଳ ଅଧିକାରୀ ଓ ମୁଖ୍ୟବକ୍ତା ଙ୍କ ହାତରେ ୨, ୧୦, ୦୦୦ ଟଙ୍କା ଅନୁଦାନ ରାଶି ଚେକ ଆକାରରେ ପ୍ରଦାନ କରାଯାଇଥିଲା l ଏହି ଅନୁଦାନ ରାଶି ଜଙ୍ଗଳକୁ ନିଆଁ ଦାଉରୁ ସୁରକ୍ଷା କରିବା, ନୂତନ ଜଙ୍ଗଲ ସୃଷ୍ଟି କରିବl ଓ ସ୍ୱାବଲମ୍ବୀ ହେବାପାଇଁ ପ୍ରଦାନ କରାଯାଇଛି l ଶେଷରେ କେ.ଡ଼ି ଟ୍ରଷ୍ଟ ମାଧ୍ୟମରେ ୫୦୦ ଫଳନ୍ତି ଓ ଜାଲେଣି ଚାରା ବୃକ୍ଷ ରୋପଣ ପାଇଁ ବଣ୍ଟନ କରାଯାଇଥିଲା l ଭାଗିରଥି ମହାନ୍ତି,ପିତାମ୍ବର ମହାନ୍ତ,ଭାଗିରଥି ପଣ୍ଡା, କମଳାକାନ୍ତ ବେହେରା, ଅଜୟ ସାହୁ, ଯମୁନା ମହାନ୍ତ ସ୍ବେଛାସେବୀ ଅନୁଷ୍ଠାନ ର କ୍ଷେତ୍ରୀୟ କର୍ମୀମlନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ଓ ଚାରା ବଣ୍ଟନରେ ରେ ସହଯୋଗ କରିଥିଲେ l
