ବୁଢାବଳଙ୍ଗ ନଦୀ ରେ ଗାଧୋଉଥିଲା ବେଳେ ଭାସିଯାଇ ଯୁବକ ନିଖୋଜ।
ବେତନଟୀ ୭/୭ (ନି ପ୍ର) : ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ମାଣତ୍ରୀ ରାସ୍ତାର ନଖରା ସ୍ଥିତ ବୁଢା ବଳଙ୍ଗ ନଦୀର ବ୍ରିଜ ତଳେ ମଙ୍ଗଳବାର ଅପରାହ୍ନ ରେ ଜଣେ ଯୁବକ ଗାଧୋଉଥିଲା ବେଳେ ଭାସିଯାଇ ନିଖୋଜ ଅଛନ୍ତି। ଯୁବକ ଙ୍କ ନାମ ରବୀନ୍ଦ୍ର ଜେନା ଙ୍କ ପୁଅ ଆକାଶ ଜେନା ୨୧ ବର୍ଷ , ତାଙ୍କ ଘର ବାଲେଶ୍ୱର ସଦର ଥାନା ଅଧିନ ବୁଆଁଳ ଗ୍ରାମରେ ବୋଲି ଜଣାପଡିଛି। ସାଙ୍ଗ ମାନଙ୍କ ସହିତ ଗାଧୋଉଥିଲା ବେଳେ ଏହି ଅଘଟଣ ଘଟିଥିବାର ସୂଚନା ମିଳିଛି। ଘଟଣା ରୁ ପ୍ରକାଶ ବୁଢା ବଳଙ୍ଗ ନଦୀ ର ବ୍ରିଜ ତଳେ ଖରା ଦିନ ଶହଶହ ଲୋକ ପ୍ରତିଦିନ ଗାଧେଇବାର ମଜା ଉଠାଉଥିବା ବେଳେ ମଙ୍ଗଳବାର ଦିନ ବାଲେଶ୍ୱର ସଦର ଥାନା ଅଞ୍ଚଳ ରୁ ସାଙ୍ଗ ହୋଇ ପାଞ୍ଚଜଣ ଯୁବକ ଏହି ବ୍ରିଜ ନିକଟକୁ ଗାଧୋଇବା ପାଇଁ ଆସିଥିଲେ। ଏହି ସାଙ୍ଗ ମାନଙ୍କ ମଧ୍ୟରୁ ଜଣେ ସାଙ୍ଗ ମୋବାଇଲ ରେ ଭିଡ଼ିଓ କରୁଥିବାବେଳେ ଅନ୍ୟ ଚାରିଜଣ ସାଙ୍ଗ ଗାଧୋଉଥିବା ସମୟ ରେ ପ୍ରଖର ପାଣି ସୁଅରେ ଭାସିଯାଇଥିଲେ। ଏହି ଚାରିଜଣ ଙ୍କ ମଧ୍ୟରୁ ତିନିଜଣ ସାଙ୍ଗ ପାଣି ଭିତରୁ ପହଁରି ପହଁରି କୂଳକୁ ଫେରିଆସିଥିବା ବେଳେ ଅନ୍ୟ ଜଣେ ସାଙ୍ଗ ଆକାଶ ଜେନା ଭାସିଯାଇ ନିଖୋଜ ଅଛନ୍ତି। ଖବର ପାଇ ବୈଶିଙ୍ଗା ପୋଲିସ, ବେତନଟୀ ଓ ବଡ଼ସାହି ତହସିଲଦାର, ବାରିପଦା ଓଡ୍ରାଫ ଟିମ ଘଟଣା ସ୍ଥଳରେ ରହି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ମଧ୍ୟ ନିଖୋଜ ପାଣିରେ ଭାସିଯାଇଥିବା ଆକାଶ ଜେନା ଙ୍କ ପତ୍ତା ମିଳିପାରିନାହିଁ। ଏଇଠି ସାଧାରଣ ରେ ପ୍ରଶ୍ନ ଉଠୁଛି ପ୍ରଶାସନ ଦୀର୍ଘ ଦିନରୁ ଏଇ ସନ୍ତରଣ ପାର୍କ ବିଷୟ ରେ ଜାଣି ମଧ୍ୟ ଚୁପ୍ ରହି ନୀରବ ଦ୍ରଷ୍ଟା ସାଜିଥିଲେ କାହିଁକି କଣ ଏଇ ଭଳିଆ ଦୁର୍ଘଟଣା କୁ ପ୍ରତ୍ସାହନ ଦବାକୁ ?
