ନାହିଁ ନାହିଁରେ ଚାଲିଛି ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ
ଶିକ୍ଷକ ଶୂନ୍ୟ ହେବାକୁ ବସିଲାଣି ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ
ବେତନଟୀ (ନି ପ୍ର): ବେତନଟୀ ବ୍ଲକରେ ମୋଟ ୧୭ଟି ନୂତନ ଅନୁଦାନ ପ୍ରାପ୍ତ ହାଇସ୍କୁଲ ରହିଛି। ସେଥିରେ ମୋଟ ୨୬୧୧ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାର ଜଣା ପଡ଼ିଛି। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହିକିଯେ ଏହିପରି ବିଦ୍ୟାଳୟ ଗୁଡିକରେ ସରକାରଙ୍କ ଦ୍ୱାରାନୂତନ ନିଯୁକ୍ତିର କୌଣସି ବ୍ୟବସ୍ଥା ନଥିବାରୁ ହାଇସ୍କୁଲ ଗୁଡିକ ଶିକ୍ଷକ ଶୂନ୍ୟ ହେବାକୁ ବସିଲାଣି। ଯେଉଁ କେତୋଟି ବିଦ୍ୟାଳୟରେ କିଛି ଶିକ୍ଷକ ଅଛନ୍ତି ତାହା ମଧ୍ୟ ନିକଟ ଭବିଷ୍ୟତରେ ଖାଲି ପଡ଼ିଯିବ। ଏଣୁ ଶିକ୍ଷାର ଅଭିବୃଦ୍ଧି ପାଇଁ ଖୋଲା ଯାଇଥିବା ବିଦ୍ୟାଳୟ ଗୁଡିକ ନିକଟରେ ବନ୍ଦ ହେବା ସ୍ୱାଭାବିକ। ବେତନଟୀ ବ୍ଲକ ଅନ୍ତର୍ଗତ ଜି ପି ହାଇସ୍କୁଲ ଧନପୁର ରେ ୧୪୫ ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ଆସନ୍ତା ମାସ ଠାରୁ ଖେଳ ଶିକ୍ଷକଙ୍କ ହାତର ବିଦ୍ୟାଳୟ ଚାଲିବ। ଅନ୍ୟ କୌଣସି ଶିକ୍ଷକ ନଥିବାରୁ ପିଲାମାନଙ୍କ ଭବିଷ୍ୟତ କଣ ହେବ ତାହା ଭଗବାନ ଜାଣନ୍ତି। ସେହିପରି ହୀରାଲାଲ ହାଇସ୍କୁଲ ଆମ୍ଭଯୋଡ଼ା ମଧ୍ୟ ଅଗଷ୍ଟ ମାସ ଠାରୁ ଖେଳ ଶିକ୍ଷକଙ୍କ ହାତରେ ରହିବ। ପଞ୍ଚପଲ୍ଲୀ ହାଇସ୍କୁଲରେ ପ୍ରଧାନ ଶିକ୍ଷକ, କଳା ଶିକ୍ଷକ, ସଂସ୍ତୃତ ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ବେତନଟୀ ବ୍ଲକର ଏକ ଅଗ୍ରଣୀ ହାଇସ୍କୁଲ ରଘୁନାଥ ହାଇସ୍କୁଲ ରାଇକମା ରେ ୨୯୩ ଜଣ ପିଲା ପଢୁଥିବା ବେଳେ ଜଣେ ଗଣିତ, ଜଣେ ବିଜ୍ଞାନ ଓ ଜଣେ ହିନ୍ଦୀ ଶିକ୍ଷକ ଅଛନ୍ତି। ଠିକ ସେହିଭଳି କଣ୍ଟିପୁର ହାଇସ୍କୁଲ ଆଗାମୀ ଫେବୃଆରୀ ମାସରୁ ଜଣେ ଶିକ୍ଷକରେ ସ୍କୁଲ ଚାଲିବ ଏହିପରି ହାଇସ୍କୁଲ ଗୁଡିକରେ ଯଦି ସରକାର ଖୁବ ଶୀଘ୍ର ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ନକରନ୍ତି ତେବେ ଘଣ୍ଟା ବାଜିବା ନିଶ୍ଚିତ ବନ୍ଦ ହେବ। ସରକାର ଏହି ବିଷୟ ପ୍ରତି ଦୃଷ୍ଟି ନଦେଲେ ଶିକ୍ଷାର ଅଭିବୃଦ୍ଧି ପାଇଁ ଖୋଲି ଥିବା ବିଦ୍ୟାଳୟ ଗୁଡିକ ନିକଟରେ ବନ୍ଦ ହେବା ନିଶ୍ଚିତ। ଯାହା ଫଳରେ ଗାଁ ଗଣ୍ଡା ରେ ରହୁଥିବା ପିଲା ମାନେ ପାଠ ପଢ଼ାରୁ ବଞ୍ଚିତ ହେବେ। ଏହି ୧୭ଟି ହାଇସ୍କୁଲ ମଧ୍ୟରୁ ୭ଟି ହାଇସ୍କୁଲରେ ଇନଚାର୍ଜ ପ୍ରଧାନଶିକ୍ଷକ ଥିବା ବେଳେ ଅଧିକାଂଶ ବିଦ୍ୟାଳୟ ରେ ଶିକ୍ଷକ, କ୍ଲର୍କ, ପିଅନ ନାହାନ୍ତି। ଅଂଚଳର ଶିକ୍ଷାବିତ, ବୁଦ୍ଧିଜୀବୀ ଏଥି ପ୍ରତି ଘୋର ଉଦବେଗ ପ୍ରକାଶ କରିବାସହ ତୁରନ୍ତ ନିଯୁକ୍ତି ଦାବିକରିଛନ୍ତି ସେହିପରି ଓଷ୍ଟାର ଜିଲ୍ଲା ସମ୍ପାଦକ କିଶୋର କୁମାର ଆଚାର୍ଯ୍ୟ, ବ୍ଲକ ସଭାପତି ଶିଶିର କୁମାର ନାୟକ, ସମ୍ପାଦକ ସୂର୍ଯ୍ୟାନନ୍ଦ ନାୟକ ସରକାର ପିଲା ମାନଙ୍କ ଭବିଷ୍ୟତ କୁ ଦୃଷ୍ଟିରେ ରଖି ତୁରନ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ନିଯୁକ୍ତି ପାଇଁ ଦାବି କରିଛନ୍ତି।
