*ଦୁଇ ଦିନିଆ ଲଘୁଚାପ ବୃଷ୍ଟିପାତ ବନ୍ୟା ପରିସ୍ଥିତି ସୃଷ୍ଟି, କୋମନା ଡେମ ଏବଂ ନଦୀ ଉପକୂଳ ଅଞ୍ଚଳରେ ମାଛ କିଲୋ ୫୦ ଟଙ୍କା* ନୂଆପଡା (ମିଖାଏଲ ନନ୍ଦ)
ତା-୦୭.୦୭.
ନୂଆପଡ଼ା ଜିଲ୍ଲା ରେ ଲଘୁଚାପ ଜନିତ ବୃଷ୍ଟିପାତ ହେବା ଯୋଗୁଁ ଜିଲ୍ଲା ରେ ବନ୍ୟା ଦେଖାଯାଇଥିଲା।ବିଶେଷ କରି କୋମନା ଅଞ୍ଚଳ ରେ ଜିଲ୍ଲାର ସର୍ବାଧିକ ବୃଷ୍ଟିପାତ ରେକର୍ଡ ହୋଇଅଛି। ଗୋଟିଏ ଦିନ ୧୯୩ ଏମ୍ ଏମ୍ ବୃଷ୍ଟିପାତ ହୋଇଥିବା ବେଳେ ଅନ୍ୟ ଦିନ ୧୭୦ ଏମ୍ ଏମ୍ ବୃଷ୍ଟିପାତ ହୋଇଅଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସାଧାରଣତଃ ମାଛ କିଲୋ ପ୍ରତି ୨୦୦ରୁ ୨୫୦ ଟଙ୍କାରେ ବିକ୍ରି ହୋଇଥାଏ l କିନ୍ତୁ ନୂଆପଡ଼ା ଜିଲ୍ଲା କୋମନାରେ ଲଘୁଚାପ ଜନିତ ବୃଷ୍ଟିପାତ ଏବେ ମାଛ କିଲୋ ୫୦ ଟଙ୍କାରେ ବିକ୍ରି ହେଉଛି l ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ସୁନ୍ଦର ନଦୀରେ ବନ୍ୟା ପାଣି ପସିଲା l ତଳ ମୁଣ୍ଡରେ ଥିବା ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପରୁ ମାଛ ଉପରକୁ ଚଢି ଆସୁଛି l କୋମନା ସୁନ୍ଦର ନଦୀର ବଘାମୁଣ୍ଡା ଘାଟରୁ ଦେ ମୁହାଣୀ ଘାଟ ମଧ୍ୟରେ ମାଛ ଧରା ଯାଉଛି l ହଜାର ହଜାର ଲୋକ ମାଛ ଧରୁଛନ୍ତି l ଏତେ ମାଛ ଧରୁଛନ୍ତି ଯେ, ମାଛକୁ କିଲୋ ପ୍ରତି ୫୦ ଟଙ୍କାରେ ବିକ୍ରି କରୁଛନ୍ତି l ତିଖାଳୀ ନିମ୍ନ ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ମାଛ ଉପର ମୁଣ୍ଡକୁ ଯାଇଥିବା ବେଳେ ମାଛ ଧରିବାରେ ବ୍ୟସ୍ତ ଅଞ୍ଚଳ ବାସୀ। ମାଛ କିଲୋ ପ୍ରତି ୫୦ ଟଙ୍କା ବିକ୍ରି ହେଉଥିବା ସୂଚନା।
