*ଶିକ୍ଷାବିତ୍ ଡ. କପିଳେନ୍ଦ୍ର ଦାସଙ୍କୁ ମିଳିଲା ସମ୍ମାନଜନକ ‘ଭାରତ ରତ୍ନ ଗୌରବ ସମ୍ମାନ’*
ନୂଆପଡ଼ା(ମିଖାଏଲ ନନ୍ଦ)
ତା ୦୭/୦୭
ନୂଆପଡା ଜିଲ୍ଲାର ଶିକ୍ଷା ଏବଂ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ୍, ଗବେଷକ ତଥା ସାହିତ୍ୟିକ ଡ. କପିଳେନ୍ଦ୍ର ଦାସଙ୍କୁ ପ୍ରତିଷ୍ଠିତ ‘ଭାରତ ରତ୍ନ ଗୌରବ ସମ୍ମାନ’ (Bharat Ratna Gourav Award) ରେ ସମ୍ମାନିତ କରାଯାଇଛି। କୋଲକାତାର ‘ନ୍ୟାସନାଲ ଏଜୁକେସନ ଫୋରମ’ (NEF) ପକ୍ଷରୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।ଖଡ଼ିଆଳ ରାଜା ଏ.ଟି. ହାଇସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ଡ. ଦାସଙ୍କ ଶିକ୍ଷା, ଶିକ୍ଷାଗତ ଗବେଷଣା ଏବଂ ସାହିତ୍ୟ ପ୍ରତି ଥିବା ଆଜୀବନ ସମର୍ପଣକୁ ଏହି ସମ୍ମାନ ସ୍ୱୀକୃତି ଦେଇଛି। ନିକଟରେ ସ୍କଲାର୍ସ କ୍ରୋନିକଲ ମାଗାଜିନରେ ତାଙ୍କର ଗବେଷଣାତ୍ମକ ପ୍ରବନ୍ଧ “Reforms in the Indian Educational System: An Hour of Need” ପ୍ରକାଶିତ ହୋଇଛି। ଏହା ସହିତ ସେ ଏକ ପ୍ରମୁଖ ଓଡ଼ିଆ ଦୈନିକ ସମ୍ବାଦପତ୍ରର ନିୟମିତ ସ୍ତମ୍ଭକାର ଭାବେ ସମାଜ ଓ ଶିକ୍ଷା ବ୍ୟବସ୍ଥା ଉପରେ ନିଜର ଚିନ୍ତାଧାରା ଉପସ୍ଥାପନ କରିଆସୁଛନ୍ତି।ପୂର୍ବରୁ ସେ ଆଦର୍ଶ ବିଦ୍ୟାରତ୍ନ ସମ୍ମାନ, ବନ୍ଦେ ଭାରତ ଜାତୀୟ ପୁରସ୍କାର, ସମ୍ବିଧାନ ରକ୍ଷକ ସମ୍ମାନ ଏବଂ ଇଣ୍ଡିଆନ ରାଇଟର୍ସ ଲିଗ୍ର ହଲ୍ ଅଫ୍ ଫେମ୍ ଭଳି ଅନେକ ଜାତୀୟ ସମ୍ମାନରେ ସମ୍ମାନିତ ହୋଇସାରିଛନ୍ତି। ଏହି ପୁରସ୍କାର ଗ୍ରହଣ କରିବା ଅବସରରେ ଡ. ଦାସ ନିଜର କୃତଜ୍ଞତା ଜଣାଇବା ସହ ଏହି ସମ୍ମାନକୁ ନିଜର ସମସ୍ତ ଛାତ୍ରଛାତ୍ରୀ, ସହକର୍ମୀ ଓ ଶୁଭେଚ୍ଛୁମାନଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି।
