*ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜନ୍ମ ଜୟନ୍ତୀ ପାଳିତ, ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ବିଶାଳ ଛାତ୍ର ସମ୍ମିଳନୀ ଅନୁଷ୍ଠିତ* ନୂଆପଡା(ମିଖାଏଲ ନନ୍ଦ)
ତା:୦୬.୦୭।
ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜନ୍ମ ଜୟନ୍ତୀ ପାଳିତ, ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ବିଶାଳ ଛାତ୍ର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ନବରଙ୍ଗପୁର ସାଂସଦ ଶ୍ରୀ ବଳଭଦ୍ର ମାଝୀ ଯୋଗ ଦେଇ ଯୁବ ପିଢ଼ି ଦେଶର ଭବିଷ୍ୟତ ସହ ତ୍ୟାଗ, ସମର୍ପଣ ଏବଂ ସହନୁବର୍ତ୍ତିତା ହେବା ସମାଜ, ଦେଶ ଓ ରାଷ୍ଟ୍ର ପାଇଁ ନିତାନ୍ତ ଜରୁରୀ ବୋଲି କହିଥିଲେ। ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଜ୍ଞାନ ରଞ୍ଜନ ମେଘ ସଭା ରେ ଅଧ୍ୟକ୍ଷତା କରିଥିବା ବେଳେ ପୂର୍ବତନ ସାଂସଦ ଶ୍ରୀ ବସନ୍ତ ପଣ୍ଡା, ସ୍ୱତନ୍ତ୍ର ପରିଷଦ ଅଧ୍ୟକ୍ଷ ହୋମସିଂ ମାଝୀ, ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ, ଯୁବ ମୋର୍ଚ୍ଚା ଜିଲ୍ଲା ପ୍ରଭାରୀ ବିନ୍ଦୁ ମହାନନ୍ଦ, ଭାରତୀୟ ଜନତା ଯୁବ ମୋର୍ଚ୍ଚା
ସମ୍ପାଦକ ଦ୍ବୟ ହେମ କୁମାର ସାହୁ ଓ ସଜତ ସୋହନ ଯୋଶୀ, ମଞ୍ଚାସିନ ଥିଲେ l ସଭାରେ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ମାନେ, ଯୁବ ମୋର୍ଚ୍ଚା ର ଜିଲ୍ଲା ପଦାଧିକାରୀ ଏବଂ ବହୁ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଡଃ. ଶ୍ୟାମା ପ୍ରସାଦ ମୁଖାର୍ଜୀ ପିଲାଦିନରୁ ହିଁ ଅସାଧାରଣ ପ୍ରତିଭାର ଅଧିକାରୀ ଥିଲେ। ମାତ୍ର ୩୩ ବର୍ଷ ବୟସରେ ସେ କଲିକତା ବିଶ୍ୱବିଦ୍ୟାଳୟର ସର୍ବକନିଷ୍ଠ କୁଳପତି ହୋଇଥିଲେ।
