ଶୁଣ୍ଢି ସମାଜର ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ବରଗଡ଼ :୦୬/୦୭(ନି ପ୍ର )ଆଜି ବରଗଡ଼ ଶୁଣ୍ଢି ସମାଜ ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଶୁଣ୍ଢି ସମାଜର କାର୍ଯ୍ୟକାରୀ ସଦସ୍ୟ ସଭାପତି ଶ୍ରୀ ଉଦ୍ଧବ ଚରଣ ବେହେରା ଙ୍କ ନେତୃତ୍ୱରେ ବନ ମହୋତ୍ସବ ସପ୍ତାହ ଉପଲକ୍ଷେ ବରହଗୋଡା ସୁବର୍ଣାଗ୍ରାହୀ ମନ୍ଦିର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିଥିଲେ । ମନ୍ଦିର ପରିସରରେ ଅଁଳା,ସ୍ୱର୍ଣ୍ଣ ଚମ୍ପା,ଡାଳିମ୍ବ, କୁଲେର,କରଞ୍ଜ,ନିମ୍ବ,ବେଳ,ମନ୍ଦାର,କରାଟ ଇତ୍ୟାଦି ଚାରା ରୋପଣ କରାଯାଇଥିଲା ।ଭୀଷଣ ବର୍ଷା ଯୋଗୁଁ ସମସ୍ତ ଚାରା ରୋପଣ କରାଯାଇପାରି ନ ଥିବାରୁ କିଛି ଦିନ ପରେ ସମସ୍ତ ଚାରା କୁ ମହାଦେବ ମନ୍ଦିର ରାସ୍ତାରେ ଦ୍ୱିତୀୟ ପର୍ଯାୟରେ ଲଗାହେଵ।ଏହି କାର୍ଯ୍ୟକ୍ରମରେ ମନ୍ଦିରର ପ୍ରତିଷ୍ଠାତା ଶ୍ରୀଯୁକ୍ତ ତିଲକରାମ ପ୍ରଧାନ ସପତ୍ନିକ ଉପସ୍ଥିତ ରହି ସାହାଯ୍ୟ କରିଥିଲେ ।,ଶୁଣ୍ଢିସମାଜର ଉପଦେଷ୍ଟା ଡ଼. ପାଣ୍ଡବ ବେହେରା,ଅଶୋକ ପରିଡ଼ା,ସମ୍ପାଦିକା ଶ୍ରୀମତୀ ରୀତା ବେହେରା,ସୁଜାତା ବେହେରା,ସୁନୀତା ବେହେରା, ଓ ମୀନାକ୍ଷୀ ପରିଡ଼ା ବୃକ୍ଷ ରୋପଣରେ ସାହାଯ୍ୟ କରିଥିଲେ ।
