ଲାଞ୍ଚ ଦେଇପାରୁ ନାହାନ୍ତି ବୋଲି ୩୦ ବର୍ଷ ହେଲା ମିଳୁନି ଆବାସ ଘର
ଢେଙ୍କାନାଳ : ତାଳଚେର,୫/୭(ନିପ୍ର) ଅସହାୟ ଗରିବ ପରିବାରଙ୍କ ପାଇଁ ଯୋଜନା ଆସୁଛି କିନ୍ତୁ ଯୋଜନା ବାଟମାରଣା ହେଉଛି। ଅଯୋଗ୍ୟ ହିତାଧୀକାରୀ ଘର ଉପରେ ଘର ପାଇଛି ଯୋଗ୍ୟ ହିତାଧିକାରୀ ।ଗୋରୀବ ପରିବାର ଟି ଖୋଲା ଆକାଶ ତଳେ ଜିବନ କାଟୁଛି। ଆମେ ଏହିଭଳି ଏକ ଦୃଶ୍ୟ ଦେଖିବାକୁ ପାଇଛୁ ଆପଣଙ୍କ ଆଖିରୁ ଲୁହ ଝରିବ ଓଳିଏ ଖାଇଲେ ଓଳିଏ ଉପାସ ,ଚାଳଘରୁ ପାଣି ଗଳୁଛି । ଏପରି ଜଣେ ବୃଦ୍ଧ, ପ୍ରାଣବନ୍ଧୁ ବେହେରା, ପିତା,କଲ୍ପେଟଆରୁ ବେହେରା,ବୁଢାପଙ୍କ, ପୋଷ୍ଟ,ହଳଦୀଆ ବାହାଳ, ଜିଲ୍ଲା, ଢେଙ୍କାନାଳ, ପଞ୍ଚାୟତ,ବିଡୋ, ପ୍ରାଣବନ୍ଧୁ ବେହେରା ଙ୍କ କହିବାକୁ ଗଲେ ତାଙ୍କର ଗୋଟିଏ ପୁଅ,ଚାରଟି ଝିଅ , ଝିଅ ଙ୍କୁ ବନ୍ଧୁବାନ୍ଧବ ଙ୍କ ସହଯୋଗ ରେ ବିବାହ କରିଦେଇଛନ୍ତି ।ପୁଅ ଙ୍କୁ ମଧ୍ୟ ସେହି ଗ୍ରାମରେ ବିବାହ କରିଛନ୍ତି। କିନ୍ତୁ ବଡ଼ ଦୂଖ କଥା ଦିର୍ଘ ୩୦ ବର୍ଷ ହେଇଗଲା ଆବାସ ଘର ଖଣ୍ଡିଏ ପାଇବା ପାଇଁ ବୟସ ଆରପାରିରେ ହେଲେ ମଧ୍ୟ ଘର ମିଳିପାରୁନାହି। ତିନି ତିନି ଥର ଲିଷ୍ଟ ରେ ନା ଆସିଥିଲେ ମଧ୍ୟ ଲାଞ୍ଚ ନଦେଇ ପାରିଲେ ନାହିଁ ବୋଲି ଘର ଖଣ୍ଡିଏ ଦେଲେ ନାହିଁ ଏକଥା କହୋ ଭରା ଖଣ୍ଠରେ କହିଛନ୍ତି ପ୍ରାଣବନ୍ଧୁ ବେହେରା ଙ୍କ ସ୍ନ୍ତୀ, ସୁଷମା ବେହେରା। ଆଜି ଲଗାଣ ବର୍ଷା ହେବା ହେତୁ ଘର ସମ୍ପୂର୍ଣ୍ଣ ମାଟିରେ ମିଶିଯାଇଛି। କେବେ ଘର ଖଣ୍ଡିଏ ପାଇବେ ବୋଲି ସରକାର ଙ୍କୁ ଆକୁଳ ନିବେଦନ କରିଛନ୍ତି।
